ସାଲେପୁର, : ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳର ଚାଷ ଜମିକୁ ଜଳସେଚିତ କରିବାପାଇଁ ଦ୍ବି୍ପାଞ୍ଚଳ ଜଳସେଚନ ଯୋଜନା ରେ ଚିତ୍ରୋତ୍ପଳା ସାଇଫନ ନିର୍ମାଣ କରାଯାଇଛି| ଏହି ସାଇଫନ ଜରିଆରେ ନିର୍ମିତ କେନାଲ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି | ଚଳିତ ବର୍ଷ ଚିତ୍ରୋତ୍ପଳା ଦକ୍ଷିଣ କେନାଲ ଓ ମହାନଦୀ ଉତ୍ତର କେନାଲ କୁ ଅତି ତରବରିଆ ଭାବେ ସଫେଇ କରାଯାଇଛି | ଏହି ସଫେଇ କେବଳ ଜେ ସି ବି ମେସିନ ଲଗାଇ ଅତ୍ୟନ୍ତ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି | କେନାଲ ମଧ୍ୟରେ ଥିବା ଅଳିଆ ଆବର୍ଜନା, ଗଛଲତା ଆଦି କୁ ମନମୁଖୀ ଭାବେ କରାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରଛନ୍ତି | କେନାଲ ସଫେଇ ଓ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟାପକ ଅର୍ଥ ବ୍ୟୟ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି | କେନାଲ କାମ ପରେ ପରେ ତତକ୍ଷଣାତ ପାଣି ଛଡ଼ାଯାଉଥିବାରୁ ଠକେଇ ଦୃଷ୍ଟିଗୋଚର ହୋଇପାରୁନାହିଁ | ଏହି ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ନିମନ୍ତେ ଚାଷୀମାନେ ଦାବି କରିଛନ୍ତି |