ନାଲକୋ ଦ୍ୱାରା ସ୍ମାର୍ଟ ମାଇନିଂ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଭୁବନେଶ୍ୱର ଠାରେ \”ଇଣ୍ଡଷ୍ଟ୍ରି ୪.୦: ସ୍ମାର୍ଟ ମାଇନିଙ୍ଗ ଆଣ୍ଡ ମାନୁଫ୍ୟାକ୍‌ଚରିଙ୍ଗ\’ ନାମକ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବିଶେଷ କରି, ଇଣ୍ଡଷ୍ଟ୍ରି ୪.୦ର ଜ୍ଞାନ କୌଶଳ ବ୍ୟବହାର କରି ସ୍ମାର୍ଟ ଆଲୁମିନିୟମ ଉତ୍ପାଦନର ସଦ୍ୟତମ ଧାରା ଉପରେ ବିସ୍ତୃତ ଆଲୋଚନା ତଥା ପର୍ଯ୍ୟାଲୋଚନା କରିବା ଲାଗି ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସ୍ୱୟଂଚାଳିତ ଉତ୍ପାଦନ, ଏଆଇ, ଆଇଓଟି, ବିଗ୍‌ ଡାଟା, ଏବଂ ଡାଟା ଆନାଲିଟିକ୍ସ ମାଧ୍ୟମରେ ଦେଶରେ ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ ଶିଳ୍ପ ପ୍ରତିନିଧି, ଟେକ୍ନୋକ୍ରାଟ୍‌, ଶିକ୍ଷାବିତ ଏବଂ ଷ୍ଟାର୍ଟ-ଅପ କମ୍ପାନୀ ମାନେ ଏହି ସମ୍ମିଳନୀରେ ଏକତ୍ରିତ ହୋଇଥିଲେ । ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି, ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଦକ୍ଷତା ଏବଂ ପ୍ରତିଯୋଗିତାମୂଳକତା ଅଭିବୃଦ୍ଧି ପାଇଁ ଇଣ୍ଡଷ୍ଟ୍ର ି ୪.୦ ପ୍ରଯୁକ୍ତିବିଦ୍ୟା ଉପଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶ୍ରୀ ସିଂହ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବାରେ ଷ୍ଟାର୍ଟ-ଅପ୍ସ ଏବଂ ‘ମେକ୍‌ ଇନ୍ ଇଣ୍ଡିଆ\’ ପ୍ରୟାସ ଭଳି ସରକାରଙ୍କ ନୀତି ଶିଳ୍ପ ଗୁଡ଼ିକୁ କିପରି
ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସଫଳ ହୋଇଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବରେ ଭାରତ ଦୃଢ଼ ନିବେଶ ଏବଂ ଭିତ୍ତିଭୂମି ଅଭିବୃଦ୍ଧି ହାସଲ କରିବାକୁ ଯାଉଅଛି, ଯାହା କୋର ଏବଂ ଉତ୍ପାଦନ ସମ୍ବନ୍ଧୀୟ ଶିଳ୍ପର ଦ୍ରୁତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଜଗଦୀଶ ଆରୋରା, ନିର୍ଦ୍ଦେଶକ (ପିଆଣ୍ଡଟି) ସ୍ୱାଗତ ଭାଷଣ ପ୍ରଦାନ କରି ଇଣ୍ଡଷ୍ଟ୍ରି ୪.୦ କିପରି ସ୍ୱୟଂଚାଳିତତା, ଏଆଇ ଏବଂ ଆଇଓଟି ଦ୍ୱାରା ପରିଚାଳିତ ହେଉଅଛି ବର୍ଣ୍ଣନା କରିଥିଲେ ଯାହା ଉତ୍ପାଦନ ଏବଂ ଶିଳ୍ପ କାର୍ଯ୍ୟରେ ପରିବର୍ତ୍ତନକାରୀ ମୂଲ୍ୟ ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ । ବେଦାନ୍ତ ଆଲୁମିନିୟମ ଲିମିଟେଡର ସିଇଓ ରାଜୀବ କୁମାର ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲର ବ୍ୟବସାୟ ପରିବର୍ତ୍ତନ
ଏବଂ ଡିଜିଟାଲ୍ ସମାଧାନ ମୁଖ୍ୟ ସରଜିତ ଝା ଅଧିବେଶନରେ ଭର୍ଚୁଆଲ୍ ମୋଡରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଏବଂ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ, ନାଲକୋର ନିର୍ଦ୍ଦେଶକ (ଉତ୍ପାଦନ) ପଙ୍କଜ କୁମାର ଶର୍ମା ଏବଂ ନିର୍ଦ୍ଦେଶକ (ମାନବସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ, ମଧ୍ୟ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ । ଇଣ୍ଡଷ୍ଟ୍ର ି ୪.୦ ପରିଦୃଶ୍ୟରେ ଉଦୀୟମାନ ଧାରା ଏବଂ ରଣନୀତି ଉପରେ ଆଲୋଚନା ନିମନ୍ତେ ସେଲ୍‌, ଟାଟା ଷ୍ଟିଲ୍‌, ବେଦାନ୍ତ, ଡେଲଏଟ୍‌ ଇଣ୍ଡିଆ, ଇୱାଇ-ପାର୍ଥେନନ୍‌, ଏବଂ ମ୍ୟାକକିନ୍ସେ ଆଣ୍ଡ୍ କମ୍ପାନୀର ପ୍ରତିନିଧିମାନେ ସମ୍ମିଳନୀରେ ବିଶିଷ୍ଟ ବକ୍ତା ଭାବରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀ ପାରସ୍ପରିକ ଜ୍ଞାନ ଆଦାନପ୍ରଦାନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ଇଣ୍ଡଷ୍ଟ୍ରି ୪.୦ କୁ ତ୍ୱରାନ୍ୱିତ କରିବା ପାଇଁ ରଣନୀତିକ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା, ଯେଉଁଥିରେ ଏଆଇ ଏବଂ ଡାଟା ଆନାଲିଟିକ୍ସ ଉପରେ ଟେକ୍ନୋକ୍ରାଟ୍ ଅଧିବେଶନ ଏବଂ ପ୍ୟାନେଲ୍ ଆଲୋଚନା ଅନ୍ତର୍ଭୁକ୍ତ ଥିଲା । ଟେକ୍ନୋକ୍ରାଟ୍‌, ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଧାତୁ କ୍ଷେତ୍ର ଏବଂ ସହଯୋଗୀ ଶିଳ୍ପର ପ୍ରତିନିଧିମାନେ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଯୁକ୍ତିବିଦ୍ୟା ଜ୍ଞାନ ଆଦାନପ୍ରଦାନ କରିଥିଲେ ।

Comments (0)
Add Comment