ବନ୍ଦ ହୋଇଯିବ ଇଏମଆଇ-ପେ ଲାଟର ଫିଚର୍ସ: ଆରବିଆଇ

EMI-Pay Later Features to Discontinue: RBI

ନୂଆଦିଲ୍ଲୀ: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟ କରିଥାନ୍ତି । ଏହାରି ଭିତରେ ସୂଚନା ମିଳିଛି କି, ଏହି ଦୁଇଟି ଫିଚର୍ସ ଖୁବ୍‌ ଶୀଘ୍ର ବନ୍ଦ ହୋଇଯାଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହିଭଳି ସ୍ମଲ ପର୍ସନାଲ ଲୋନ ଓ କ୍ରେଡିଟ କାର୍ଡ ବ୍ୟବହାରକୁ ନେଇ କିଛି ବଡ ପଦକ୍ଷେପ ନେବାକୁ ଯାଉଛି । ଏଥିସହ ଏହାକୁ ନେଇ ଜଡିତ ବ୍ୟାଙ୍କର କିଛି ନିୟମ କଡାକଡି ହେବାକୁ ଯାଉଛି । ଆରବିଆଇ ସବୁ ବ୍ୟାଙ୍କକୁ ଏପରି ଫିର୍ଚସ ବ୍ୟବସାୟ ପାଇଁ ବିପଦ ବୋଲି ସତର୍କ କରାଇଛି । ଏହି ଛୋଟ ଛୋଟ ଲୋନ ଫିଚର୍ସ ଏନପିଏରେ ପରିବର୍ତ୍ତନ ନ ହେଉ ଏଥିପାଇଁ ଆରବିଆଇ ଏହାର ରିକ୍ସ ମ୍ୟାନେଜମେଣ୍ଟକୁ କଡାକଡି କରିଛି । ଏପରି ଲୋନକୁ ନେଇ ବଢୁଥିବା ବିପଦ ଉପରେ ପୂର୍ବାପେକ୍ଷା ଅଧିକ ଟଙ୍କାକୁ ବାଲାନ୍ସସିଟରେ ରଖିବାକୁ ସବୁ ବ୍ୟାଙ୍କକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଏନପିଏ ପାଇଁ ଯେପରି ବାଲାନ୍ସସିଟ୍‌ ବ୍ୟବହାର କରୁଥିଲା ଏବେ ଇଏମାଇ ଓ ପେ ଲେଟର ପାଇଁ ଏପରି ନିୟମ ବ୍ୟାଙ୍କକୁ ଆପଣାଇବାକୁ ପଡିବ । ଏପରି ଫିଚର୍ସ ଦେଶର ଆର୍ଥିକ ବ୍ୟବସ୍ଥାରେ ବିପଦ ବଢାଇପାରେ ବୋଲି ଆରବିଆଇ ଆଶଙ୍କା କରୁଛ କାରଣ ଏହି ସମସ୍ତ ଋଣ ଅସୁରକ୍ଷିତ ଅଟେ । ଏହି ଫଚର୍ସ ଦ୍ୱାରା ଲୋକମାନେ ଏହି ଋଣ ବଦଳରେ କୌଣସି ସମ୍ପତ୍ତି ବନ୍ଧା ପକାନ୍ତି ନାହିଁ । ଦେଶରେ ଅସୁରକ୍ଷିତ ଋଣ ଗ୍ରହଣର ଅଭିବୃଦ୍ଧି ୨୩ ପ୍ରତିଶତ ହୋଇଥିବାବେଳେ ଦେଶରେ କ୍ରେଡିଟ ଗ୍ରହଣର ସାଧାରଣ ଅଭିବୃଦ୍ଧି ମାତ୍ର ୧୨ରୁ ୧୪ପ୍ରତିଶତ ଅଟେ । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କ୍ଷେତ୍ର ଉପରେ ସିଧାସଳଖ ପ୍ରଭାବ ପକାଇବ । ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ ଗୁଡିକ ପାଇଁ ଏହିପରି ଋଣ ମହଙ୍ଗା ହେବ, ଯେଉଁ କାରଣରୁ ସେମାନେ ଏହି ଋଣକୁ ଅତି ସହଜରେ ଦେବାକୁ ଏଡ଼ାଇବାକୁ ଚେଷ୍ଟା କରିବେ । ଏପରି ସମ୍ଭବ ଯେ ସେମାନେ କ୍ରେଡିଟ କାର୍ଡ କିମ୍ବା ଅନ୍ୟାନ୍ୟ ପ୍ରକାରର ଦ୍ୱାରା ଗ୍ରାହକଙ୍କ ଠାରୁ ଅଧିକ ସୁଧ ଆଦାୟ କରିବା ଆରମ୍ଭ କରିପାରନ୍ତ । ତଥାପି, ଆରବିଆଇର ଏହି ନିୟମ ଗୃହ, ଶିକ୍ଷା, ଯାନବାହନ ଏବଂ ସୁନା ଋଣ ଇତ୍ୟାଦି ପାଇଁ ଲାଗୁ ହେବ ନାହିଁ ।

#dumanikhabar#india#latestnews#newsRBI
Comments (0)
Add Comment