ବର୍ଷାରେ ଭାସିଗଲା କୁଚେଣ୍ଡି ନଦୀ କାଠ ପୋଲ, ଅଞ୍ଚଳବାସୀ ଗଢିଲେ ପୋଲୋ

Kuchendi River wooden bridge washed away in rain, local residents build a bridge

ଫୁଲବାଣୀ, ୧୩ା୭: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଲୁଇସିଂ ପଞ୍ଚାୟତର ତଳ ଡାଙ୍ଗାଣାମ ନିକଟରେ ଥିବା କୁଚେଣ୍ଡି ନାଳର କାଠ ପୋଲ ଗତ ଲଗାଣ ବର୍ଷାରେ ଧୋଇ ହୋଇ ଯିବା ଫଳରେ ଅଞ୍ଚଳବାସୀ ଯାତାୟତର ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରତିବର୍ଷ ଏହି କୁଚେଣ୍ଡି ନଦୀରେ ଅଞ୍ଚଳବାସୀ କାଠ ପୋଲ ନିର୍ମାଣ କରୁଥିବା ବେଳେ ବର୍ଷା ଦିନ ଆସିଲେ କାଠ ପୋଲ ଭାସି ଜାଏ ପୁଣି ଥରେ ଅଞ୍ଚଳର ସମୂହ ଅଞ୍ଚଳର ଜନସାଧାରଣ ଯାତାୟତ ସମସ୍ୟା ଭୋଗୁଥିବା ବେଳେ ଅଧିକାଂଶ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ । ଚଳିତ ବର୍ଷ ଗତ ଲଗାଣ ବର୍ଷାରେ କାଠ ପୋଲ ଭାସିଯିବା ପରେ ଆଜି ପୁଣି ଥରେ ତଳ ଡାଙ୍ଗାଣାମ, ଉପର ଡାଙ୍ଗାଣାମ, ଶାଗଜଲା, ପାନପଦର, କଟଡି ସିରା, ବାଗ ନୁରୀ, ଟୁକୁ ପଦର, ପିଲି ପଦର, ବାତ ଜୁର, ବୁଗେର ମାସ୍କା, ଲାକା ର୍ସିପି, ଭଳି ୧୧ରୁ ଉଦ୍ଧ୍ୱର୍ ଗ୍ରାମର ଶତାଧିକ ଜନସାଧାରଣ ନିଜେ ଶ୍ରମ ଦାନ କରିବା ସହ ·ନ୍ଦା କରି ଦିନ ତମାମ ଜଙ୍ଗଲରୁ କାଠ ସଂଗ୍ରହ କରି ପୁଣି ଥରେ କାଠ ପୋଲ ନିର୍ମାଣ କରିଛନ୍ତି । ୨ଟି ୱାର୍ଡର ୨ ସହରୁ ଉଦ୍ଧ୍ୱର୍ ଘର ରହିଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ସହ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି କାଠ ପୋଲ ନହେଲେ ଯାତାୟତ ପାଇଁ ସମସ୍ୟା ହେଉଥିବା ବେଳେ ବିଭିନ୍ନ ଆବଶ୍ୟକୀୟ କାମରେ ପଞ୍ଚାୟତ କାର୍ଯ୍ୟାଳୟ ହେଉ କି ବ୍ଲକ କାର୍ଯ୍ୟାଳୟ ହେଉ ଏମିତି କି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଏହି କାଠ ପୋଲ ଉପରେ ନିର୍ଭର କରି ଆସୁଛନ୍ତି । ଯାହାକୁ ନେଇଁ କୁଚେଣ୍ଡି ନଦୀରେ କାଠ ପୋଲ ଧୋଇଗଲେ ପୁଣି ଥରେ ·ନ୍ଦା କରି ଶ୍ରମ ଦାନ କରି କାଠ ପୋଲ ନିର୍ମାଣ କରୁଥିବା କହିଛନ୍ତି କିଛି ଗ୍ରାମବାସୀ । ଦୀର୍ଘ ବର୍ଷରୁ ଏହି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ । ତୁରନ୍ତ ଏହି ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ କରିବାକୁ ଜଳନ୍ଧର ମଲିକ, କିନ ମଲିକ, ରାମ ମଲିକ, କୃଷ୍ଣ କହଁର, ନାରଦ ଭୋଇଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ଏହି କାଠ ପୋଲ ନିର୍ମାଣକୁ ନେଇ ଗ୍ରାମ୍ୟ ନିର୍ମାଣ ବିଭାଜନର ବିଭାଗୀୟ ଅଧିକାରୀ ସୁଶୀଳ ମହାନ୍ତିଙ୍କୁ ପ·ରିବାରୁ ଏହି କୁଚେଣ୍ଡି ନାଳରେ ପୋଲ ନିର୍ମାଣ ପାଇଁ ଅନୁଦାନ ଆସିଛି ଏବଂ ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ।

Comments (0)
Add Comment