ବର୍ଷାରେ ଭିଜିବ ରଜ! ଆସୁଛି ଲଘୁଚାପ

ଭୁବନେଶ୍ୱର, : ଆସୁଛି ଲଘୁଚାପ । ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ଦେଖା ଦେଇଛି । ରବିବାର ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୟଥେଷ୍ଟ ସମ୍ଭାବନା ରହିଛି । ୧୪- ୧୬ ଜୁନ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ୧୨ ଜୁନ ପରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବା ସହିତ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢିପାରେ । ଏଥିସହ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀଜନିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ସୋମବାର ପାଇଁ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଚେତାବନୀ ମିଳିଛି । ଏହାର ପ୍ରଭାବରେ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ । ଆକାଶ ବାଦଲରେ ଆଚ୍ଛାଦିତ ହେବ ବୋଲି ଅନୁମାନ କରାଯାଇଛି । ଅନ୍ୟପକ୍ଷରେ, ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

Comments (0)
Add Comment