ବିଗବସ୍ ୧୯ରେ ସଲମାନଙ୍କୁ ମିଶାଇ ୪ ହୋଷ୍ଟ

ମୁମ୍ବାଇ, : ଲୋକପ୍ରିୟ ରିୟଲିଟି ଶୋ’ ବିଗବସର ୧୯ତମ ସିଜନକୁ ନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଅଗଷ୍ଟ ଶେଷ ସପ୍ତାହରେ “ବିଗବସ୍ ୧୯’ ଆରମ୍ଭ ହେବ, ଯାହା ୫ ମାସ
ପର୍ଯ୍ୟନ୍ତ ·ଲିବ । ଏହା ସବୁଠାରୁ ଲମ୍ବା ଅବଧିର ବିଗ୍ବସ୍ ସିଜନ୍ ହେବ ବୋଲି ଜଣାପଡ଼ିଛି । ତେବେ ଏହି ସିଜନକୁ
କେବଳ ସଲମାନ ହୋଷ୍ଟ କରିବେ ନାହିଁ, ବରଂ ୩ ଅନ୍ୟ ସେଲିବ୍ରିଟି ମଧ୍ୟ ହୋଷ୍ଟ କରିବେ । ଏହି ଶୋ’ରେ ପ୍ରଥମ ୩ ମାସ ସଲମାନ ହୋଷ୍ଟ କରିବେ । ଏହାପରେ ଅଭିନେତ୍ରୀ ଫରାହ ଖାନ୍, ଅଭିନେତା ଅନିଲ କପୁର ଏବଂ ଫିଲ୍ମ ନିର୍ମାତା କରନ ଜୋହର ଏହି ଶୋ’କୁ ହୋଷ୍ଟ କରିବେ ବୋଲି ଶୋ’ର କୋର୍ ଟିମ୍ଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଗ୍ରାଣ୍ଡ୍ ଫିନାଲେକୁ ସଲମାନ ହୋଷ୍ଟ କରିବେ । ସେହିପରି ଚଳିତ ଥର ଏହି ରିୟଲିଟି ଶୋ’ ଟିଭି ଏବଂ ଓଟିଟିରେ ଏକକାଳୀନ ·ଲିବ ବୋଲି ଜଣାପଡ଼ିଛି । ବିଗ୍ବସ୍ ୧୯ର ପ୍ରତିଯୋଗୀଙ୍କ ପାଇଁ ସମ୍ପ୍ରତି ଅଡିଶନ ଜାରି ରହିଛି । ଛୋଟ ପରଦା ତଥା
ମଡେଲ ଦୁନିଆର ଅନେକ ତାରକା ଚଳିତ ସିଜନରେ ପ୍ରତିଯୋଗୀ ଭାବେ ଯୋଗଦେବେ ବୋଲି ରିପୋର୍ଟରେ କୁହାଯାଇଛି ।

Comments (0)
Add Comment