ବିଜେଡ଼ିର ମିଶ୍ରଣପର୍ବ ଶଙ୍ଖ ଧରିଲେ ତ୍ରିପୁରାରୀ ଗୋରଡ଼ା

Bijedi mixing season Tripurari Gorda caught the conch

ଭୁବନେଶ୍ୱର,୨୨ା୧୧ : ବିଜେପି ଛାଡି ବିଜେଡିକୁ ଫେରିଛନ୍ତି ଗତ ୨୦୧୯ ନିର୍ବାଚନରେ କୋରାପୁଟର ବିଜେପି ପ୍ରାର୍ଥୀ ହୋଇଥିବା ତ୍ରିପୁରାରୀ ଗୋରଡ଼ା । ବୁଧବାର ଶଙ୍ଖ ଭବନରେ ଆୟୋଜିତ ବିଜେଡିର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ସାଂସଦ ମାନସ ମଙ୍ଗରାଜ ତ୍ରିପୁରାରୀ ଗୋରଡ଼ାଙ୍କୁ ଦଳରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ଝିନ୍ନ ହିକକା ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଆକୃଷ୍ଟ ହୋଇ ତ୍ରିପୁରାରୀ ବିଜେଡିରେ ସାମିଲ ହୋଇଛନ୍ତି । ତ୍ରିପୁରାରୀଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ମଧ୍ୟ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ତ୍ରିପୁରାରୀ ୨୦୧୯ରେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ । ବିଜେପିର କାର୍ଯ୍ୟଶୈଳୀ ବଦଳୁଥିବାରୁ ସେ ଅତିଷ୍ଠ ହୋଇ ବିଜେପି ଛାଡି ନିଜ ପୁରୁଣା ଦଳ ବିଜେଡିକୁ ଫେରିଛନ୍ତି ବୋଲି କହିଛନ୍ତି । ତ୍ରିପୁରାରୀ ଗୋରଡ଼ା କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫେରିଆସିଲି । ବିଜେଡି ପକ୍ଷରୁ ତ୍ରିପୁରାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ । ତ୍ରିପୁରାରୀଙ୍କ ଯୋଗଦାନ କୋରାପୁଟରେ ବିଜେଡିକୁ ଆହୁରି ମଜବୁତ କରିବ ବୋଲି ସେ ଆଶା କରିଛନ୍ତି । ତେବେ ତ୍ରିପୁରାରୀ ଗୋରଡ଼ାଙ୍କ ସହ ବିଜେଡିରେ ମିଶିଥିବା ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ନଗର ପୂର୍ବତନ ବିଜେପି ମଣ୍ଡଳ ସଭାପତି ବିଜୟ କୁମାର ଦଳାଇ, ସାଧାରଣ ସମ୍ପାଦକ ଅମରେନ୍ଦ୍ର ସେଠୀ, ବିଜେପି ବୁଥ୍‌ ସଭାପତି ରାମକୃଷ୍ଣ ପାଢ଼ୀ, ପୂର୍ବତନ କାଉନସିଲର ପ୍ରାର୍ଥୀ ରମେଶ ଚନ୍ଦ୍ର ପାତ୍ର, ସାମାଜିକ କର୍ମୀ ହରିହର ସାହୁ, ବିଷ୍ଣୁ ଚରଣ ମହାପାତ୍ର, ବିଜେପି କର୍ମୀ ପ୍ରଭାସ କୁମାର ପଣ୍ଡା, ମୃତ୍ୟୁଞ୍ଜୟ ଗୋରଡ଼,ଏମ୍‌. ମୁତ୍ୟାଲୁ ରାଓ, ପ୍ରତାପ ସୁନା, ରବୀନ୍ଦ୍ର ବାଗ, ଦୁର୍ଗା ପ୍ରସାଦ ନାୟକ, ମୋହନ ମୁଦୁଲି,ଶିବ ଶଙ୍କର ବାଗ, ମଧାସ ଖେମୁଣ୍ଡୁ, ଅଜୁ ଖୋରା, ଏସ୍‌. ଅମାଲି ରାଓ, ଶିବ ପାଞ୍ଜି, ସୁନିଲ କୁମାର ସ୍ୱାଇଁ ଓ ଅଶୂଳ ପ୍ରସାଦ ମଲ୍ଲିକ ପ୍ରମୁଖ ବିଜେଡିରେ ମିଶିଛନ୍ତି ।

#5t#bhubaneswar#bjd#dumanikhabar#latestnews#localnews
Comments (0)
Add Comment