ବିତ୍ତୀୟ ପରିଚାଳନା : ଓଡ଼ିଶା ଶୀର୍ଷରେ

Financial management: Odisha tops

ଭୁବନେଶ୍ୱର,୧୩ା୧୨(ଡିକେ ନ୍ୟୁଜ): ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରି•ଳନା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ବିତ୍ତୀୟ ପରି•ଳନା, ଋଣ ହାର, ଅଣ ଟିକସ ରାଜସ୍ୱ ଆଦାୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛି । ବିଭିନ୍ନ ରାଜ୍ୟର ବଜେଟ ଆକଳନକୁ ନେଇ ଆରବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ସ୍ଥିତି ବେଶ୍‌ ପ୍ରଭାବଶାଳୀ ରହିଛି । ବିଶେଷକରି ଓଡ଼ିଶାର ଋଣଭାର ଦେଶରେ ସର୍ବନିମ୍ନ ରହିଥିବା ବେଳେ ନିଜସ୍ୱ ଅଣଟିକସ ରାଜସ୍ୱ ସଂଗ୍ରହରେ ମଧ୍ୟ ଓଡ଼ିଶା ଦେଶର ବହୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛି । ଓଡ଼ିଶାର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଏସ୍‌ଡ଼ିପି (ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ)ର ମାତ୍ର ୧୩.୯ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଯାହାକି ଦେଶରେ ସର୍ବନିମ୍ନ ରହିବା ସହ ଏଫ୍‌ଆରବିଏମ୍‌ ଅଧିନିୟମ ଅନୁଯାୟୀ ପୋଷଣୀୟ ବର୍ଗରେ ରହିଛି । ନିକଟରେ ଦେଶବ୍ୟାପୀ ସମସ୍ତ ରାଜ୍ୟର ବଜେଟକୁ ନେଇ ପ୍ରସ୍ତୁତ ଏକ ରିପୋର୍ଟରେ ଓଡ଼ିଶା ସାରା ଦେଶରେ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ସୁନାମ ଅର୍ଜନ କରିଥିଲା । ଏତଦ୍‌ବ୍ୟତୀ ରାଜ୍ୟରେ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ, ଖଣି ରାଜସ୍ୱ, ଅବକାରୀ ରାଜସ୍ୱ ସଂଗ୍ରହରେ ମଧ୍ୟ ଚମକପ୍ରଦ ବୃଦ୍ଧି ଘଟିଥିବା ବେଳେ ଏହାର ଶୃଙ୍ଖଳିତ ପରି•ଳନା ଆଜି ଓଡ଼ିଶାକୁ ଏକ ନୂଆ ପରିଚୟ ପ୍ରଦାନ କରିପାରିଛି । ସମୃଦ୍ଧ ଆର୍ଥିକ ସ୍ଥିତି କାରଣରୁ ଓଡ଼ିଶା ଏକାଧିକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିପାରୁଥିବା ବେଳେ କ୍ରମାଗତ ୨ ବର୍ଷ ଧରି ଖୋଲା ବଜାରରୁ ଋଣ କରିନାହିଁ । ଓଡ଼ିଶାର ଏପରି ଶୃଙ୍ଖଳିତ ବିତ୍ତୀୟ ପରି•ଳନା ମଜେଲ ଅନ୍ୟ ରାଜ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଅନୁକରଣୀୟ ଏବଂ ଉଦାହରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । କେବଳ ଋଣ ପରି•ଳନା ନୁହେଁ ବରଂ ରାଜସ୍ୱ ଆଦାୟରେ ୫-ଟି ଉପକ୍ରମର ଅନୁପାଳନ ରାଜ୍ୟକୁ ବେଶ୍‌ ସମୃଦ୍ଧ କରିଛି । ଆର୍‌ବିଆଇ ରିପୋର୍ଟ ଅନୁଯାୟୀ ୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ନିଜସ୍ୱ ଅଣଟିକସ ରାଜସ୍ୱ ଆଦାୟ ଦେଶରେ ସର୍ବାଧିକ ରହିଛି । ରାଜ୍ୟରେ ଏହା ମୋଟ ରାଜସ୍ୱ ଆଦାୟର ପ୍ରାୟ ୨୭.୮ ପ୍ରତିଶତ । ଏହି ଅବଧିରେ ଆନ୍ଧ୍ରପ୍ରଦେଶର ଅଣଟିକସ ରାଜସ୍ୱ ପରିମାଣମୋଟ ରାଜସ୍ୱ ଆଦାୟର ମାତ୍ର ୪% ହୋଇଥିବା ବେଳେ ବିହାରରେ ୩.୫%, ଗୁଜୁରାଟରେ ୮.୮%, କର୍ଣ୍ଣାଟକରେ ୫.୬% ପ୍ରତିଶତ ରହିଛି । କେବଳ ଏହି ଅବଧି ନୁହେଁ, ୨୦୦୩-୦୪ରୁ ୨୦୦୮-୦୯ ଏବଂ ୨୦୦୯-୧୦ରୁ ୨୦୧୯-୨୦ ମୋଟ ଦୁଇଟି ଅବଧିରେ ମଧ୍ୟ ଓଡ଼ିଶା ଅଣଟିକସ ରାଜସ୍ୱ ଆଦାୟରେ ପ୍ରଭାବଶାଳୀ ଅଭିବୃଦ୍ଧି ହାସଲ କରିଥିଲା । ୨୦୦୩-୦୪ରୁ ୨୦୦୮- ୦୯ ଯାଏଁ ରାଜ୍ୟରେ ଅଣଟିକସ ରାଜସ୍ୱର ପରିମାଣ ମୋଟ ରାଜସ୍ୱର ୧୨.୨ % ଥିବାବେଳେ ୨୦୦୯-୧୦ରୁ ୨୦୧୯-୨୦ ଅବଧି ମଧ୍ୟରେ ଏହା ୧୪ % କୁ ବୃଦ୍ଧି ପାଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣଭାର ଜିଏସ୍‌ଡ଼ିପିର ମାତ୍ର ୧୩.୯ ପ୍ରତିଶତ ରହିବ । ସମାନ ସମୟରେ ପଞ୍ଜାବରେ ଏହା ସର୍ବାଧିକ ୪୭.୬, ହିମାଚଳ ପ୍ରଦେଶରେ ୪୪.୨ ରହିବାକୁ ଥିବାବେଳେ ପଶ୍ଚିମବଙ୍ଗରେ ୩୮.୩, ବିହାରରେ ୩୭ ରାଜସ୍ଥାନରେ ଏହା ୩୫.୭, ଓ ଆନ୍ଧ୍ରପ୍ରଦେଶରେ ୩୩.୫ ପ୍ରତିଶତ ରହିବ । ଏଫ୍‌ଆରବିଏମ୍‌ ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ଜିଏସଡିପିର ୨୫ ପ୍ରତିଶତ ଏବଂ ସୁଧ ଦେୟ ଏବଂ ରାଜସ୍ୱ ଆୟର ଅନୁପାତ(ଆଇପି/ଆରଆର)-୧୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକୟ ଆରବିଆଇର ରିପୋର୍ଟ ଆସନ୍ତା ମାର୍ଚ୍ଚ ସୁଦ୍ଧା ସୁଦ୍ଧା ରାଜ୍ୟର ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ (ଜିଏସ୍‌ଡ଼ିପି)ର ୧୩.୯ ପ୍ରତିଶତ ରହିବାକୁ ଯାଉଛି ।

 

#dumanikhabar#india#latestnews#newdelhi#newsRBI
Comments (0)
Add Comment