ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ କାଳୀ; ଉତ୍ସବମୁଖର ଭଦ୍ରକ

Maa Kali is being worshiped in various puja mandaps

ଭଦ୍ରକ, : ଆଗମନ ହୋଇଛି ମା କାଳୀଙ୍କର ।ଐତିହାସିକ ଭଦ୍ରକ କାଳୀପୂଜା ପାଈଁ ଭଦ୍ରକ ଆଜି ଚଳଚଞ୍ଚଳ ହେଉଥିବା ବେଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ମଧ୍ୟ ହୋଇ ଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ର କାଳୀ । ମା’ ଭଦ୍ରକାଳୀ ବର୍ଷ ତମାମ ଶାନ୍ତ ସ୍ୱରୂପା ପରମ ବୈଷ୍ଣବୀ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଅମାବାସ୍ୟା ଠାରୁ ମା ସପ୍ତମାତୃକା ବେଶରେ ଦର୍ଶନ ଦିଅନ୍ତି । ପ୍ରଥମ ଦିନରେ ମାଅ । ବେଦମାତା ବେଶରେ ଦର୍ଶନ ଦେବା ପରେ ଦ୍ୱିତୀୟ ଦିନରେ ମାଆ ମହାକାଳୀ ବେଶ ତୃତୀୟ ଦିନରେ ରାଜ ରାଜେଶ୍ୱରୀ ବେଶ ଚତୁର୍ଥ ଦିନରେ ସିଂହବାହିନୀ ବେଶ ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶ ଷଷ୍ଠ ଦିନରେ ମହାସରସ୍ୱତୀ ବେଶ ଓ ଶେଷ ଦିନରେ ମହାଲଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମା । ଅନ୍ୟପଟେ ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡିଛି, ମା’ଙ୍କ ଦର୍ଶନ ପାଇଁ ଗହଳି ଲାଗିଛି ଚରମ୍ପା ଅଞ୍ଚଳରେ, ୯ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି । ବହୁ ପୁରାତନ ପଥର କାଳୀ ସମେତ ଡଗରା ସାହି କାଳୀ, ପିଡବ୍ଲ୍ୟୁ ଆଇ କାଳୀ, ରେଳବାଇ ପକ୍ଷରୁ ଷ୍ଟେସନ କାଳୀ, ଚରମ୍ପା ହାଇସ୍କୁଲ କାଳୀ, ଏରେଇଁ କାଳୀ, ଡଗରାସାହି କାଳୀ, ରାଜଘାଟ କାଳୀ ଭାବରେ ମା’ପୂଜା ପାଉଛନ୍ତି । ସମସ୍ତ ପୂଜା ମଣ୍ଡପ ରେ ମା ଦର୍ଶନ ଦେଉଥିବା ବେଳେ ପାଶ୍ୱର୍ ମୂର୍ତ୍ତି ବେଶ ଆକର୍ଷଣୀୟ ଦେଖିବାକୁ ମିଳିଛି । ବାହାନଗା ରେଳ ଦୁର୍ଘଟଣା ଦୁଃଖଦ ଘଟଣାକୁ ସ୍ମୃତିରେ ପାଶ୍ୱର୍ ଚିତ୍ର ଭାବେ ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିର ରେ ନୂତନ ଡ୍ରେସ କୋର୍ଡକୁ ନେଇ ମଧ୍ୟ ପାଶ୍ୱର୍ ମୂତ୍ତ ଦେଖିବାକୁ ପାଉଛନ୍ତି ଦର୍ଶକ । ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପୂଜା କମିଟି ତରଫରୁ ରାମ ଦୋଳି, ଚକ୍ରୀ ସାଙ୍ଗକୁ ମିନା ବଜାର ର ମଜା ନେଉଛନ୍ତି ଦର୍ଶକ । ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଇବାର ମଜା ଉଠାଉଛନ୍ତି ଦର୍ଶକ, ଭଦ୍ରକ କାଳୀପୂଜାରେ ରାଜ୍ୟରୁ ବିଭିନ୍ନ କୋଣ ଅନୁକୋଣରୁ ଲୋକ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିର କରି ପୋଲିସ ଜଗିରହିଛି । ତେବେ ପୂଜାକୁ ନଜର ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦୁଇ ଜଣ ଅତିରିକ୍ତ ଏସପିଙ୍କ ସମେତ ୨୦ ଜଣ ଏଏସ ଆଇ ଓ ଏସ ଆଇ ଏବଂ ୬୦ ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଥିବା ବେଳେ କୋଡିଏ ପ୍ଲାଟୁନ ଫୋର୍ସ ନିୟୋଜିତ ଥିବା ଜିଲ୍ଲା ଅରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ସେହିପରି ଭିଡକୁ ଲକ୍ଷ ରଖି ଭଦ୍ରକର ବିଭିନ୍ନ ସ୍ୱେଛାସେବୀ ସଂଗଠନ ପକ୍ଷରୁ ସୂଚନା କେନ୍ଦ୍ର ଖୋଲା ଯାଇଛି । ଦର୍ଶକ ମାନଙ୍କର କୌଣସି ଅସୁବିଧା ହେଲେ ତୁରନ୍ତ ତାଙ୍କୁ କିପରି ସୁବିଧା ସହଯୋଗ ଯୋଗାଇ ଦେବେ ସଂଗଠନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଛି । ସେହିପରି ଜିଲ୍ଲା ତଥା ଜିଲ୍ଲା ବାହାରୁ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରୁଛନ୍ତି, ଚଳିତ ବର୍ଷ ଭଲ ବ୍ୟବସାୟ କରିବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ ମାନେ । ଶେଷରେ ୧୯ ତାରିଖରେ ମା’ ମେଲାଣି ନେବାର ସୂଚନା ମିଳିଛି ।

#bhadrak#bhubaneswar#dumanikhabar#kalipuja#latestnews#localnews#odisha#odishanews
Comments (0)
Add Comment