ବିଳମ୍ବିତ ଧାନ ଉଠାଣ କୁ ନେଇ ବର୍ଷିଲେ ବିଧାୟକ

ଧର୍ମଗଡ : ଧର୍ମଗଡ ବ୍ଲକ ରେ ଧାନ କ୍ରୟ କୁ ନେଇ ବିଭିନ୍ନ ମଣ୍ଡି ରେ ଅଚଳାବସ୍ଥା ଲାଗି ରହିଛି । କେଉଠି ଟାର୍ଗେଟ ସାରିବାକୁ ବସିଲାଣି ତ ପୁଣି କେଉଁଠି ଟାର୍ଗେଟ ଅଛି ଧାନ ଉଠାଣ ତ୍ୱରାନ୍ୱିତ ହେଉ ନାହି । ଖାଲି ସେତିକି ନୁହେଁ କେତେକ ମଣ୍ଡି ରେ ଧାନ ଉଠାଣ କୁ କେନ୍ଦ୍ର କରି ମିଲର ଏଜେଣ୍ଟ ଓ ଚାଷୀ ଙ୍କ ମଧ୍ୟ ରେ ଗଣ୍ଡଗୋଳ ମଧ୍ୟ ହେଉଥିବା ଖବର ରହିଛି ।  ତେବେ ବ୍ୟବସ୍ଥିତ ମଣ୍ଡି କୁ ନେଇ ଆଜି ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ ଧର୍ମଗଡ ମଣ୍ଡି ପରିଦର୍ଶନ କରି ଥିଲେ । ତେବେ ଧାନ ଉଠାଣ ର ଧିମା ଅଗ୍ରଗତି କୁ ନେଇ ସେ ବିରକ୍ତି ପ୍ରକାଶ କରିବା ସହ ଶିଘ୍ର ଧାନ ଉଠାଣ ପାଇଁ ତାଗିଦ କରି ଥିଲେ।     ସୂଚନା ଅନୁଯାୟୀ ଧର୍ମଗଡ ମାର୍କେଟ ୟାର୍ଡ ରେ ପେକ୍ସ ଓ ଏସଏଚଜି ଦ୍ଵାରା ପୃଥକ ପୃଥକ ଭାବେ ଧାନ କ୍ରୟ କରାଯାଉଛି । ସହରାଞ୍ଚଳ ପାଇଁ ଏସ ଏଚ ଜି ଗ୍ରୁପ ଧାନ କ୍ରୟ କରୁଥିବା ବେଳେ ପେରି ଫେରି ଅଞ୍ଚଳ ପାଇଁ ପେକ୍ସ ଧାନ କ୍ରୟ କରୁଛି ।  ସହରାଞ୍ଚଳ ରେ ୬୧୩ ଜଣ ଚାଷୀ ଧାନ ବିକ୍ରୀ ପାଇଁ ପଞ୍ଜୀକୃତ ହୋଇ ଥିଲା ବେଳେ ଆଜି ସୁଦ୍ଧା ୪୯୨ ଜଣ ଚାଷୀ ଙ୍କ ଠାରୁ ୩୫,୧୯୩.୬୬ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଛି । ଏବେ ମଧ୍ୟ ମଣ୍ଡି ରେ ୯୭ ଜଣ ଚାଷୀ ଙ୍କ ୧୭,୫୦୮ ବସ୍ତା ଧାନ ମଣ୍ଡି ରେ ପଡ଼ି ରହିଛି । ଏସ ଏଚ ଜି ଗ୍ରୁପ ସହ ଲିଙ୍କ ହୋଇ ଥିବା ୯ ଟି ମିଲର ଙ୍କୁ ୪୩,୬୦୦ କ୍ଵିଣ୍ଟାଲ ଧାନ ଉଠାଣ ପାଇଁ ଟାର୍ଗେଟ ଦିଆ ଯାଇଛି । ମାତୃଶକ୍ତି ଆଗ୍ରୋ ଏବଂ ଅନୀର୍ବେଦ ରାଇ ସ ମିଲ ତାଙ୍କ ର ଟାର୍ଗେଟ ପ୍ରାୟ ଉଠାଇ ସାରି ଥିବା ବେଳେ  ଅନ୍ୟ ୭ ଟି ମିଲାର ଙ୍କ ନାମ ରେ ହଜାର ହଜାର କୁଇଣ୍ଟାଲ ଧାନ ଉଠାଣ ଟାର୍ଗେଟ ବଳକା ରହିଛି । ପ୍ରାୟ ୮୫୦୬ କ୍ଵିଣ୍ଟାଲ ଟାର୍ଗେଟ ଏବେ ମଧ୍ୟ ରହିଥିବା ବେଳେ ଧାନ ଉଠାଣ ହୋଇ ପାରୁ ନାହିଁ । ସେହିପରି  ପେକ୍ସ ଅଧିନ ରେ ଧାନ ବିକ୍ରୀ ପାଇଁ ମୋଟ ୭୭୮ ଜଣ ଚାଷୀ ନାମ ପଞ୍ଜୀକୃତ କରି ଥିଲେ । ସେଥି ମଧ୍ୟରୁ ୫୭୨ ଜଣ ଚାଷୀ ଙ୍କ ଠାରୁ ୩୯,୧୧୨.୩୫ କ୍ଵିଣ୍ଟାଲ ଧାନ କ୍ରୟ କରା ଯାଇଛି । ଏବେ ମଧ୍ୟ ମଣ୍ଡି ରେ ୧୩୧ ଜଣ ଚାଷୀ ଙ୍କ ୨୦,୮୪୮ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି । ପେକ୍ସ ସହିତ ଲିଙ୍କ ହୋଇ ଥିବା ୧୨ ଟି ମିଲର୍ ଙ୍କୁ ୪୭,୧୯୫ କ୍ଵିଣ୍ଟାଲ ଧାନ ଉଠାଣ ପାଇଁ ଟାର୍ଗେଟ ଦିଆ ଯାଇଥିବା ବେଳେ  ଏବେ ମଧ୍ଯ ୮୦୮୩ କ୍ଵିଣ୍ଟାଲ ଧାନ କ୍ରୟ ଟାର୍ଗେଟ ବଳକା ରହିଛି ।  ମଣ୍ଡି ରେ ଧାନ ବସ୍ତା ସବୁ ଖୁନ୍ଦା ଖୁନ୍ଦୀ ହୋଇ ରହି ଥିବା ବେଳେ ମଣ୍ଡି ବହାରେ ଜାତୀୟ ରାଜପଥ କଡ ରେ ମଣ୍ଡି କୁ ଯିବା ପାଇଁ ଧାନ ବୋଝେଇ ଗାଡ଼ି ଅଟକି ରହିଛି । ବିଳମ୍ବିତ ଧାନ ଉଠାଣ କୁ ନେଇ ଚାଷୀ ଅସନ୍ତୋଷ ବଢିବା ରେ ଲାଗିଛି ।  ବର୍ଷା ଯୋଗୁଁ ମଣ୍ଡି କର୍ଦମାକ୍ତ ହୋଇ ଥିବା ନେଇ ସେ ବିରକ୍ତି ପ୍ରକାଶ କରି ଥିଲେ । ଧାନ ଉଠାଣ ରେ ବିଳମ୍ବ ପାଇଁ ସେ ଅସନ୍ତୋଷ ପ୍ରକାଶ କରିବା ସହ ଉପସ୍ଥିତ କର୍ମଚାରୀଙ୍କ ଉପରେ ବର୍ଷି ଥିଲେ । ତିନିଦିନ ମଧ୍ୟ ରେ ସବୁ ଧାନ ଉଠାଣ ବ୍ୟବସ୍ଥା କରିବା ପାଇଁ ସେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ ଙ୍କୁ ତାଗିଦ କରି ଥିଲେ । ବିଧାୟକ ଙ୍କ ଗସ୍ତ ସମୟ ରେ ଧର୍ମଗଡ ତହସିଲଦାର କୀର୍ତ୍ତି ପ୍ରଧାନ, ଏ ଆର  ସରୋଜ କୁମାର ପ୍ରଧାନ, ଆର ଏମ ସି ସମ୍ପାଦକ ଉଦିତ କୁମାର ବାବୁ ଓ ଯୋଗାଣ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Comments (0)
Add Comment