ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Chief Minister mourns death of prominent freedom fighter Mangobind Mallik

ଭୁବନେଶ୍ୱର, : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲ ିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ସ୍ୱର୍ଗତ ମଲ୍ଲିକ ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ବହୁବାର କାରାବରଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ସ୍ୱର୍ଗତ ମଲ୍ଲିକ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ। କେନ୍ଦ୍ରାପଡା ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମଲ୍ଲିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ •ଟରାଚକଡ଼ା ପଞ୍ଚାୟତ ହଳଦୀବସନ୍ତ ଗ୍ରାମର ମାନଗୋବିନ୍ଦ ମଲ୍ଲ ିକ (୧୦୩)ଙ୍କ ଶନିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ୧୯୩୪ରେ କେନ୍ଦ୍ରାପଡ଼ା ଅଞ୍ଚଳକୁ ଗାନ୍ଧିଜୀ ପଦଯାତ୍ରାରେ ଆସିଥିଲେ। ଡେରାବିଶ ବ୍ଲକ୍‌ ଅଧୀନ ବଡ଼ସଲାର ଓ ବାରିମୂଳଠାରେ ଗାନ୍ଧିଜୀଙ୍କ ବିଶାଳ ଜନସମାବେଶରେ ମାନଗୋବିନ୍ଦ ୧୩ ବର୍ଷ ବୟସରେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ, ରମାଦେବୀ, ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଅବିଭକ୍ତ କଟକ ଜିଲ୍ଲାରେ ଅନୁଷ୍ଠିତ ସଂଗ୍ରାମରେ ମାନଗୋବିନ୍ଦ ନିଜକୁ ସାମିଲ କରିଥିଲେ।

#bhubaneswar#dumanikhabar#latestnews#localnews#news#odisha
Comments (0)
Add Comment