ବିଶ୍ୱକପ୍‌ ଟ୍ରଫି ଉପରେ ମିଚେଲ୍‌ ଗୋଡ଼ ରଖିବାକୁ ନେଇ ଚର୍ଚ୍ଚା

Talk about Mitchell putting his feet on the World Cup trophy

ନୂଆଦିଲ୍ଲୀ, ୨୦ା୧୧: ବିଶ୍ୱକପ୍‌ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍‌ ଖେଳାଳି ମିଚେଲ୍‌ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେ ଟ୍ରୋଲ୍‌ ବା ସମାଲୋଚନାର ସରବ୍ୟ ହୋଇଛନ୍ତି । ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍ସ୍‌ “ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ କରିଥିଲେ । ସେଠାରୁ ଏହି ଫଟୋ ସେୟାର୍‌ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଯାଇଛି । ଇଣ୍ଟରନେଟ୍‌ ବ୍ୟବହାକାରୀମାନେ ମାର୍ସଙ୍କର ଏତାଦୃଶ ଆଚରଣକୁ ଅସମ୍ମାନଜନକ କହି ତାଙ୍କୁ ଟ୍ରୋଲ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ, ରବିବାର ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରାୟୋଜକ ଦେଶ ଭାରତ ବିପକ୍ଷରେ “ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌’ ମ୍ୟାଚରେ ବିଜୟୀ ହୋଇ ବିଶ୍ୱକପ୍‌ ଟ୍ରଫି ଗ୍ରହଣ କରିବାର କିଛି ସମୟ ପରେ ଏହି ଫଟୋଟି ଉଠାଯାଇଥିଲା । ଜଣାପଡୁଛି, ଏହି ଫଟୋଟି ଅଷ୍ଟ୍ରେଲିଆ ଟିମ୍‌ ରହୁଥିବା ହୋଟେଲ୍‌ ରୁମରେ ଉଠାଯାଇଛି । ସେଠାରେ ଖେଳାଳିମାନେ ବସି ଗପସପ କରୁଥିବା ବେଳେ ମାର୍ସ ଏଭଳି ବସିଥିଲେ । ସଂଗୃହୀତ ସୂଚନା ଅନୁସାରେ, ଅଧିନାୟକ କ୍ୟୁମିନ୍ସ୍‌ ଡ୍ରେସିଙ୍ଗ୍‌ ରୁମରେ •ଲିଥିବା ବିଜୟ ଉତ୍ସବ ପାଳନକାଳୀନ ଅଳ୍ପ କେତୋଟି ଫଟୋ “ଇନ୍‌ଷ୍ଟାଗ୍ରାମ୍‌’ରେ ପୋଷ୍ଟ୍‌ କରିଥିଲେ । ସେଥିରୁ ଗୋଟିଏ ଫଟୋରେ ଦେଖାଯାଉଛି ଅଷ୍ଟ୍ରେଲିଆ ଓପେନର୍‌ ମିଚେଲ୍‌ ମାର୍ସ ହାତରେ ମଦ ବୋତଲ (ପିଣ୍ଟ୍‌) ସୋଫାରେ ବସିଥିବା ବେଳେ ତଳେ ଥୁଆ ଯାଇଥିବା ବିଶ୍ୱକପ୍‌ ଟ୍ରଫି ଉପରେ ପାଦ ଯୋଡ଼ିକ ରଖିଛନ୍ତି ।

#cricket#dumanikhabar#icc#india#latestnews#news
Comments (0)
Add Comment