ବ୍ରହ୍ମପୁର ମେଡିକାଲ ଫାଟକ ନିକଟ ସମେତ ବିଭିନ୍ନ ସ୍ଥାନରୁ 142 ଗ୍ରାମ ବ୍ରାଉନ ସୁଗାର ଜବତ, ନକଲି ମଦ ପ୍ରସ୍ତୁତ ୟୁନିଟ ଉପରେ ମଧ୍ୟ ଅବକାରୀ ବିଭାଗର ଚଢ଼ାଉ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ, 4 ଜଣଙ୍କୁ ଧରିଲା ଅବକାରୀ ବିଭାଗ – ମେଡିକାଲ ଫାଟକ ନିକଟ ସମେତ ବିଭିନ୍ନ ସ୍ଥାନରୁ 142 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ. ନକଲି ମଦ ପ୍ରସ୍ତୁତ ୟୁନିଟ ଉପରେ ମଧ୍ୟ ଅବକାରୀ ବିଭାଗର ଚଢ଼ାଉ କରି ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି. ଉଭୟ ଘଟଣାରେ 4 ଜଣଙ୍କୁ ଧରିଲାଅବକାରୀବିଭାଗ.ବ୍ରାଉନ ସୁଗାର ତିନିଜଣ ବିକ୍ରି କରୁଥିବା ବେଳେ ମାଡି ବସିଲା ଅବକାରୀ ବିଭାଗ. ଦୁଇଜଣ ଯୁବକଙ୍କ ସମେତ ଜଣେ ମହିଳା ବ୍ରାଉନ ସୁଗାର ବିକ୍ରି କରୁଥିଲେ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ. ତିନି ବିକ୍ରେତାଙ୍କ ମଧ୍ୟରେ ଦୁଇଜଣ ମାଆ ପୁଅ ବୋଲି ଅବକାରୀ ବିଭାଗ କହିଛି. ସାଧାରଣତଃ ଛାତ୍ର ମାନଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିଲେ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି. ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ବେଳେ ମଧ୍ୟ ମାଡି ବସିଲା ଅବକାରୀ ବିଭାଗ. ପ୍ରସ୍ତୁତ ସାମଗ୍ରୀ ଏବଂ ନକଲି ମଦ ଜବତ କରିଥିବା ବିଭାଗୀୟ ଅଧିକାରୀ କହିଛନ୍ତି. ଦୁଇଟି ଘଟଣାରେ 4 ଜଣଙ୍କୁ ଧରିଥିବା ବେଳେ ଦୁଇଟି ଗାଡି ଜବତ କରିଥିବା ଅବକାରୀ ଅଧିକ୍ଷକ କହିଛନ୍ତି.