ମୁମ୍ବାଇ,: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି । କିନ୍ତୁ ଏହି ନୋଟଗୁଡ଼ିକର ଏକ ବଡ଼ ସଂଖ୍ୟା ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି । ଏଗୁଡ଼ିକର ମୋଟ ମୂଲ୍ୟ ୬୧୮୧ କୋଟି ଟଙ୍କା ହେବ । ଗତ ମେ ୧ ତାରିଖ ସୁଦ୍ଧା ଏହି ପରିମାଣ ୬୨୬୬ କୋଟି ଟଙ୍କା ଥିଲା । ଅର୍ଥାତ୍ ଆଉ ବିଶେଷ ପରିମାଣର ୨୦୦୦ ଟଙ୍କିଆ ନୋଟ ଫେରୁନାହିଁ । ରିଜର୍ଭ ବ୍ୟାଙ୍କ୍ ୨ ଜୁନରେ ଜାରି ଏକ ବିବୃତ୍ତିରେ କହିଛି ଯେ ୧୯ ମଇ, ୨୦୨୩ ରେ ବ୍ୟବସାୟ ଶେଷ ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା । ଯାହା ୩୧ ମେ, ୨୦୨୫ ସୁଦ୍ଧା ହ୍ରାସ ପାଇ ୬,୧୮୧ କୋଟି ଟଙ୍କାରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ୍ ୨ ଜୁନରେ ଜାରି ଏକ ବିବୃତ୍ତିରେ କହିଛି ଯେ ୧୯ ମଇ, ୨୦୨୩ରେ ବ୍ୟବସାୟ ଶେଷ ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୩୧ ମେ, ୨୦୨୫ ସୁଦ୍ଧା ହ୍ରାସ ପାଇ ୬,୧୮୧ କୋଟି ଟଙ୍କାରେ ପହଞ୍ଚିଛି । ତେଣୁ, ୧୯ ମଇ, ୨୦୨୩ ସୁଦ୍ଧା ଚଳନରେ ଥିବା ୨୦୦୦ ଟଙ୍କାର ନୋଟର ୯୮.୨୬ ପ୍ରତିଶତ ଫେରି ଆସିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି । ଆପଣଙ୍କୁ କହିରଖୁଛୁ ଯେ, ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ୨୦୦୦ ଟଙ୍କାର ନୋଟ୍ ବୈଧ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯ ମଇ, ୨୦୨୩ରେ ୨୦୦୦ ଟଙ୍କାର ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର ଘୋଷଣା କରିଥିଲା । ବର୍ତ୍ତମାନ ବି ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଏସବୁ ନୋଟ ବଦଳ କରିହେବ । ପୁଣି ଡାକଘର ମାଧ୍ୟମରେ ଏସବୁ ନୋଟ ପଠାଇଲେ ତାହା ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇପାରିବ ।