ଭାରତ-ଆମେରିକା ମଧ୍ୟରେ ଖୁବଶୀଘ୍ର ହୋଇପାରେ ବାଣିଜ୍ୟ ଚୁକ୍ତି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସହିତ ବାଣିଜ୍ୟ ଚୁକ୍ତି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତ ନିଶ୍ଚିତ ଭାବରେ ଆମେରିକା ସହିତ ଏକ ଭଲ ଚୁକ୍ତି କରିବାକୁ ଚାହିଁବ, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିବ । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଭାରତରେ କୃଷି ଏବଂ ଦୁଗ୍ଧ କ୍ଷେତ୍ର ପାଇଁ କିଛି ସୀମା ରହିଛି । ଏହା ବିଚାର କରିବା ଗୁରୁତ୍ୱପୂର୍ଣ୍ଣ । ସୀତାରମଣଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ବକ୍ତବ୍ୟ ବିଷୟରେ ପ୍ରଶ୍ନ କରାଯାଇଥିଲା । ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, \”ହଁ, କାହିଁକି ନୁହେଁ । ଆମେ ଏକ ଭଲ ଚୁକ୍ତି କରିବାକୁ ଚାହୁଁଛୁ\’ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ସ୍ଥିତି ୮ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ । ଟ୍ରମ୍ପଙ୍କ ଅନୁଯାୟୀ, ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ରାସ୍ତାରେ ଆସୁଥିବା ସମସ୍ତ ପ୍ରତିବନ୍ଧକଗୁଡ଼ିକୁ ଶୀଘ୍ର ଦୂର କରାଯାଇପାରିବ । ଏହି ଚୁକ୍ତିରେ ଆଇଟି, ଉତ୍ପାଦନ ଏବଂ ସେବା ସହିତ ଅଟୋମୋବାଇଲ କ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ । ଏ ସମ୍ପର୍କରେ ଖୁବଶୀଘ୍ର ଏକ ଅପଡେଟ୍ ମିଳିପାରେ । ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ, ସେନେଇ କହିଛନ୍ତି ଅର୍ଥମନ୍ତ୍ରୀ । ଫାଇନାନ୍ସିଆଲ୍‌ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି, \”ଆମେ ଯେତେ ଶୀଘ୍ର ଚୁକ୍ତି କରିବୁ, ଆମ ପାଇଁ ସେତେ ଭଲ ହେବ ।

Comments (0)
Add Comment