ହିଞ୍ଜିଳିକାଟୁ :୨୮/୦୭ ଚଳିତ ମାସର ତୃତୀୟ ସୋମବାରରେ ଗୁପ୍ତେଶ୍ବର ପୀଠରେ ଲକ୍ଷାଧିକ ଭକ୍ତଙ୍କ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ସାଧାରଣତଃ କାଉଡିଆ ଭକ୍ତମାନେ ନିଜ ନିଜର ମାନସିକ ପୂରଣ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ଜଳାଭିଷେକ କରିଛନ୍ତି ।ସେହିଭଳି ଗଞ୍ଜାମ ଜିଲ୍ଲାର ଐତିହାସିକ ଶୈବପୀଠ ଗୁପ୍ତେଶ୍ବର ପୀଠରେ ମଧ୍ୟ ଏହା ଦେଖିବା ପାଇଁ ମିଳିଥିଲା । ଏକ ନିଆରା ପ୍ରକାରେ ଭୂବନେଶ୍ୱର ବୋଲବମ ସଂଘର କାଉଡିଆ ଭକ୍ତଙ୍କ ସଚେତନତା ବାର୍ତ୍ତା ଦେବାର ବ୍ୟବସ୍ଥା ଦେଖିବା ପାଇଁ ମିଳିଛି ।ନିଜର ମାନସିକ ପୂରଣ ସହିତ ସମାଜରେ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ କରିବା ସଚେତନତା ସହିତ ସନ୍ଧ୍ୟା ସମୟରେ ଭଜନ ପରିବେଷଣ କରୁଥିବା ନଜରରେ ଆସିଥିଲା । ପ୍ରତିବର୍ଷ କିଛି ନା କିଛି ସଚେତନତା ଅଭିଯାନ ସୃଷ୍ଟି ଉପରେ ଉଦ୍ଦେଶ୍ୟ ରଖିଛନ୍ତି ଭୂବନେଶ୍ୱର ବୋଲବମ ସଂଘ ।ପ୍ରାୟ ଏକଶହରୁ ଉର୍ଦ୍ଧ୍ବ କାଉଡିଆ ଭକ୍ତମାନେ ରାଜଧାନୀ ଭୁବନେଶ୍ବର ଡୁମୁଡୁମା ଅଞ୍ଚଳରେ ଦୀର୍ଘ ପଚିଶି ବର୍ଷ ହେଲା ଏହି ବୋଲବମ ସଂଘ ଗଠନ କରିଛନ୍ତି । ସମାଜର କଲ୍ୟାଣ ନେଇ ସଚେତନତା ସୃଷ୍ଟି ସହ ନିଜ ନିଜର ମାନସିକ ପୂରଣ ହୋଇଥିବା ଭକ୍ତ ମାନେ କହିଛନ୍ତି । ପ୍ରଥମେ ପରିଚାଳନା ଦାୟିତ୍ଵରେ ଥିବା ସହଯୋଗୀ ମାନେ ସାଇକେଲରୁ ଆରମ୍ଭ ହୋଇଥିଲା ଗଡଗଡିଆ ଘାଟରୁ କାଉଡିଆ ଙ୍କ ସାଥିରେ ରହିଆସୁଥିଲେ । ବର୍ତ୍ତମାନ ବସ ଯୋଗ ସୋରଡା ପଞ୍ଚାନନ ଘାଟଠାରେ ପହଞ୍ଚିଥିଲେ । ସେଠାରୁ ଜଳ ଉଠାଇ ଗୁପ୍ତେଶ୍ବର ମହାଦେବଙ୍କ ପୀଠ ରାଉଳପଲ୍ଲୀ ପୁରୁଷୋତ୍ତମପୁର ଠାରେ ମହାଦେବଙ୍କୁ ଜଳାଭିଷେକ କରିଥିବା ସହଯୋଗୀକାରୀ ଭକ୍ତ ଅଶୋକ ଦାଶ ,ପୁର୍ଣ୍ଣଚନ୍ଦ୍ର ଦାଶ ,ଆର୍ ଦୁଲ୍ଲା ପ୍ରମୁଖ କାଉଡିଆ ଭକ୍ତଙ୍କ ସୁଚନା ରହିଛି । ଜଳ ଉଠାଇ ମହାଦେବଙ୍କ ପାଖକୁ ଯିବା ରାସ୍ତାରେ ପ୍ରତ୍ୟେକ କାଉଡିଆ ଭକ୍ତ ଚଳିତ ବର୍ଷର ପ୍ଳାଷ୍ଟିକ ମୁକ୍ତ ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ,ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ସଚେତନତା ବାର୍ତ୍ତା ଦେବା ସହ ସନ୍ଧ୍ୟା ସମୟରେ ଭଜନ ପରିବେଷଣ କରିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ଭୁବନେଶ୍ବର ବୋଲବମ ସଂଘ ପରିଚାଳନା ସଦସ୍ୟ ତଥା ୬୬ ନମ୍ବର ଓ୍ବାଡକର୍ପୋରେଟର ରଘୁନାଥନଗର ବାସିନ୍ଦା ଅଶୋକ ଦାଶ ସୁଚନା ଦେଇଛନ୍ତି ।