ମୁମ୍ବାଇ, : ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ । ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ । ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ । ହେଲେ ଏବେ ସଲମାନଙ୍କୁ ନେଇ ବଡ଼ ଖୁଲାସା ହୋଇଛି । ସେ ଭୟଙ୍କର ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ୧୯୮୮ ମସିହାରେ ‘ବିବି ହୋ ତୋ ଐସି’ ସହିତ କ୍ୟାରିଅର ଆରମ୍ଭ କରିଥିଲେ ସଲମାନ । ନିକଟରେ ସେ “ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିଥିଲେ । ଏହି ଶୋ’ରେ, ଅଭିନେତା ନିଜ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବଡ଼ କଥା କହିଛନ୍ତି । ସେ ଟ୍ରାଇଜେମିନାଲ ନୁ୍ୟରାଲଜିଆ, ବ୍ରେନ ଆନ୍ୟୁରିଜମ୍ ଏବଂ ଏଭି ମାଲଫର୍ମେସନ ଭଳି ରୋଗରେ ପୀଡ଼ିତ । ଏଥିଯୋଗୁ ଶାରୀରିକ ଭାବରେ କ୍ଲାନ୍ତ ହେବା ଏବଂ ଅତ୍ୟଧିକ ଯନ୍ତ୍ରଣା ସତ୍ତ୍ୱେ ଫିଲ ପାଇଁ କଠିନ ପରିଶ୍ରମ କରୁଛନ୍ତି । ସଲମାନ କହିଥିଲେ, “ମୁଁ ପ୍ରତିଦିନ ହାଡ଼ ଭାଙ୍ଗୁଛି, ପଞ୍ଜରା ଭାଙ୍ଗୁଛି, ଟ୍ରାଇଜେମିନାଲ ନ୍ୟୁରାଲଜିଆରେ ପୀଡ଼ିତ ଥିବା ସତ୍ତ୍ୱେ କାମ କରୁଛି, ମସ୍ତିଷ୍କରେ ଆନିଉରିଜମ୍
ହୋଇଥିବା ଯୋଗୁ ଏହାର ଚିକିତ୍ସା ଉପରେ କା କରୁଛି । ଏଭି ବିକୃତି ଅଛି, ଏହାର ଚିକିତ୍ସା ·ଲିଛି । ମୋ ଜୀବନରେ ଏସବୁ ·ଲିଛି ଯଦି ଏହା କମ ବୟସରେ ହୋଇଥାନ୍ତା, ତେବେ ଏହା ଠିକ ହୋଇଥାନ୍ତା, ଆମେ ପୁଣି କାମ କରିଥାନ୍ତୁ । ହେଲେ ଏବେ ହୋଇ ବେଶ ଅସୁବିଧା ଭୋଗିବାକୁ ପଡ଼ୁଥିବା ସେ କହିଛନ୍ତି । ସଲମାନଙ୍କୁ ଶେଷ ଥର ପାଇଁ ରଶ୍ମିକା ମଣ୍ଡାନାଙ୍କ ସହିତ ସିକନ୍ଦର ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ କାଜଲ ଅଗ୍ରୱାଲ, ଶର୍ମନ ଜୋଶୀ, ସତ୍ୟରାଜ, ଜତିନ ସରନା, ସଞ୍ଜୟ କପୁର, ପ୍ରତୀକ, ସ୍ମିତା ପାଟିଲ ଏବଂ କିଶୋର ମଧ୍ୟ ନଜର ଆସିଥିଲେ ।