ମଝିବଜାର ସ୍ଥିତ ଆଡପ ମଣ୍ଡପରେ ପହଂଚି ଚୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କଲେ ହାସ୍ୟ ଅଭିନେତା ହରିହର

ଛତ୍ରପୁର  : ଚାଲିଛି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା । ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଉସୀ ମା ମନ୍ଦିରରେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମଙ୍ଗଳବାର ହେରା ପଂଚମୀ ଥିବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଏହା ଧୁମଧାମ ସହକାରେ ପାଳିତ ହୋଇଛି । ଠାକୁରଙ୍କ ରିତୀ ନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ମହାପ୍ରଭୁଙ୍କ ନରସିଂହ ଅବତାର ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ରିତୀନିତୀ ଏବଂ ପରମ୍ପରା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେବୀ ମହାଲକ୍ଷ୍ମୀଙ୍କୁ ଏକ ସୁସଜ୍ଜିତ ବିମାନ ଯୋଗେ ଆଡପ ମଣ୍ଡପ ନିଆଯାଇଥିଲା । ସେଠାରେ ମା ମହାଲକ୍ଷ୍ମୀ ରାଗରେ ଜଗନ୍ନାଥଙ୍କ ରଥକୁ ଭାଙ୍ଗିଥିଲେ । ଘଣ୍ଟ , କାହାଳୀର ଶବ୍ଦରେ ସାରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ପୂର୍ବାହ୍ନରେ ଓଲିଉଡ ଜଗତର ସୁପରିଚିତ ହାସ୍ୟଭିନେତା ହରିହର ମହାପାତ୍ର ଛତ୍ରପୁର ମଝିବଜାର ସ୍ଥିତ ଆଡପ ମଣ୍ଡପରେ ପହଂଚି ଚତୁର୍ଦ୍ଧାମୁର୍ତ୍ତୀଙ୍କୁ ମନଭରି ଦର୍ଶନ କରିଥିଲେ । ଏବଂ ଆଗାମୀ ଦିନରେ ତାଙ୍କ ଚଳଚିତ୍ର ଆଇ ଏମ କାଳିଆ ର ଲୋକ ପ୍ରିୟତା ଏବଂ ତାହା କିପରି ବେଶ ଲୋକାଦୃତ ହୋଇପାରିବ ସେଥିଲାଗି ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିଥିଲେ । ଏହା ସହ ଆଇ ଏମ କାଳିଆ ଚଳଚିତ୍ର ପ୍ରଭୁ ଜଗନ୍ନାଥଙ୍କୁ ନେଇ ହିଁ ତିଆରି କରାଯାଇଛି ଏଣୁ ଉକ୍ତ ଚଳଚିତ୍ରକୁ ଦେଖିବା ସହ ଭଲପାଇବା ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ମନ୍ଦିର କମିଟି ପକ୍ଷରୁ ତାଙ୍କୁ ବାଜା ବଜାଇ ସ୍ୱାଗତ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ସୁଧିର କାନ୍ତ ରଥ, ଆଦିକନ୍ଦ ପାଣିଗ୍ରାହୀ, ରାମ ଚନ୍ଦ୍ର ପଟ୍ଟନାୟକ, ଭାଗବତ ପ୍ରସାଦ ମହାପାତ୍ର, କିଶୋର ଚନ୍ଦ୍ର ସେନାପତି, ଓମ ପ୍ରକାଶ ମହାପାତ୍ର, କାଠପାଦ ନୃତ୍ୟ ଶିଳ୍ପୀ ସମୀର କୁମାର ବେହେରା ଓ ଦିବାକର ବିଶୋୟୀ, ନରେଶ ସାହୁ, ରବି ରଥ, ମନ୍ଦିର ମୁଖ୍ୟ ପୂଜକ ରାଜେନ୍ଦ୍ର ଶତପଥି, କୃଷ୍ଣ ଚନ୍ଦ୍ର ସାହୁ, ଏନ. ପ୍ରଭାକର ରାଓ, ଆଇନଜିବୀ ତଥା କବି ପ୍ରଶାନ୍ତ କୁମାର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment