ଭୁବନେଶ୍ୱର, ୭ା୭ : ପୁଣି ବିଜେପି ରାଜ୍ୟ ସଭାପତି ହେବେ ମନମୋହନ ସାମଲ । ଓଡ଼ିଶା ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନମୋହନ । ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୈସୱାଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମନମୋହନ ସାମଲ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମଙ୍ଗଳବାର ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ବିଧିବଦ୍ଧ ଘୋଷଣା ହେବ । ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ମନମୋହନ ସାମଲ ପୁଣି ସଭାପତି ହେବା ଏକ ପ୍ରକାର ନିଶ୍ଚିତ । ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ହେଉଛନ୍ତି ମନମୋହନ ସାମଲ । ରାଜନୀତିରେ ରହିଛି ତାଙ୍କର ଲମ୍ବା କ୍ୟାରିୟର । ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂଦସ ସଭାପତି ନିର୍ବାଚିତ ହୋଇଥିଲେ ସେ । ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ୧୯୯୯ ମସିହାରେ ସେ ରାଜ୍ୟ ବିଜେପି ସଭାପତି ହୋଇଥିଲେ । ୨୦୦୪ରେ ସେ ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ବିଜେଡି-ବିଜେପି ମେଣ୍ଟ ସରକାରରେ ମନମୋହନ ସାମଲ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୮ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଭାରତୀୟ ଜନତା ପାର୍ଟିର ସଭାପତି ଭାବେ ମନମୋହନ ସାମଲଙ୍କର ରହିଛି ୮ ବର୍ଷର ଅଭିଜ୍ଞତା । କେନ୍ଦ୍ରୀୟ ନେତୃତ୍ୱ ମନମୋହନ ସାମଲଙ୍କ ଉପରେ କାହିଁକି ଆସ୍ଥା ପ୍ରକଟ କରିଛନ୍ତି ତାହାର ବିଭିନ୍ନ କାରଣ ରହିଛି । ମନମୋହନ ମାର୍ଚ୍ଚ ୨୦୨୩ ଏବଂ ପୂର୍ବରୁ ୧୯୯୯-୨୦୦୪ଠାରୁ ଦଳକୁ ନେତୃତ୍ୱ ଦେଇ ଆସୁଛନ୍ତି । ବିଜେପିର ଶୀର୍ଷ ନେତାଙ୍କ ଦ୍ୱାରା ଏହି ମୂଲ୍ୟବାନ ଓ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରାଯାଇଛି । ତାଙ୍କ ନେତୃତ୍ୱରେ, ଦଳର ବୁଥ୍-ସ୍ତରୀୟ ନେଟୱାର୍କ ଏବଂ ତୃଣମୂଳ ନେଟୱାର୍କକୁ ସୁଦୃଢ଼ ହୋଇ ପାରିଛି । ଦଳ ଓଡ଼ିଶାରେ ଏହାର ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ପୁଶି ଦାୟିତ୍ୱ ଦେବା କେନ୍ଦ୍ର ନେତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା ମନମୋହନ ସାମଲଙ୍କ ନେତୃତ୍ୱରେ ଦଳର କ୍ରମାଗତ ଉନ୍ନତିରେ ଖୁସି ଅଛନ୍ତି । ଗତବର୍ଷ ସେ ଦାୟିତ୍ୱ ନେବା ପରେ ଦଳ ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି ଏବଂ ୨୦ଟି ଲୋକସଭା ଆସନ ଜିତିଛି । ଏହି ବିଶ୍ୱାସର କାରଣ ତାଙ୍କ ସପକ୍ଷରେ ଯାଇଛି । ବିଜୟ ପାଲ ସିଂହ ତୋମାର, ସୁନୀଲ ବଂଶଲ ଏବଂ ତରୁଣ ଚୁଗଙ୍କ ପରି ନେତାମାନେ ଦିଲ୍ଲୀରେ ଦଳର ମୂଳ ନିଷ୍ପତ୍ତି ଗ୍ରହଣକାରୀ ଦଳରୁ ଦୃଢ଼ ସମର୍ଥନକୁ ସଙ୍କେତ ଦେଇ ସାମଲଙ୍କ ସମର୍ଥନ କରିଛନ୍ତି ବୋଲି ଜଣାପଡ଼ିଛି । ଜଣେ ଓବିସି ନେତା ଭାବରେ, ମନମୋହନ ସାମଲ ଓଡ଼ିଶାର ୫୦%ରୁ ଅଧିକ ଭୋଟରଙ୍କ ସମ୍ପ୍ରଦାୟ ମଧ୍ୟରେ ବିଜେପିର ପ୍ରଭାବକୁ ସୁଦୃଢ଼ କରିଛନ୍ତି । ତାଙ୍କର ନିରନ୍ତର ନେତୃତ୍ୱ ଆଗାମୀ ନିର୍ବାଚନ ପୂର୍ବରୁ ଓବିସି ସମର୍ଥନକୁ ସୁଦୃଢ଼ କରିବା ପାଇଁ ଦଳ ·ହୁଁଛି । ଗତ ଏକ ବର୍ଷ ଧରି ମନମୋହନ ସାମଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉତ୍ତମ ବୁଝାମଣା ଓ ସମ୍ପର୍କ ସ୍ଥାପନ କରିଛନ୍ତି । ଓଡ଼ିଶାରେ ବିଜେପି ବର୍ତ୍ତମାନ କ୍ଷମତାରେ ଥିବାରୁ, ସଂଗଠନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ସମନ୍ୱୟ ଭଲ କାମ ଦେଇଛି । ଦଳର ପ୍ରତିଶ୍ରୁତି ପୂରଣ କରିବା ଏବଂ ଦଳର ଚେରକୁ ଆହୁରି ଗଭୀର କରିବା ପାଇଁ ମନମୋହନଙ୍କ ଉପସ୍ଥିତି ନିହାତି ଦରକାର ବୋଲି ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ନେତୃବୃନ୍ଦ ଅନୁଭବ କରିଛନ୍ତି । ଏହି ସବୁ କାରଣ ଯୋଗୁଁ, ମନମୋହନ ସାମଲଙ୍କ ଉପରେ ଚାରିଆଡୁ ଭରଷା ରଖାଯାଇଛି ।
ମନମୋହନଙ୍କ କ୍ୟାରିୟର
୧୯୭୮ -୭୯ ଭଦ୍ରକ ଛାତ୍ର ସଂସଦ ସଭାପତି
୧୯୭୯-୮୧ ଏବିଭିପି ରାଜ୍ୟ ସଭାପତି
୧୯୮୧-୮୨ ଏବିଭିପି ରାଜ୍ୟ ଉପସଭାପତି
୧୯୮୨ ଧାମନଗର ପଞ୍ଚାୟତ ସଭାପତି
୧୯୮୪ ବାଲେଶ୍ୱର ଜିଲ୍ଲା ସଭାପତି, ବିଜେପି
୧୯୮୫ ବିଜେପି ପ୍ରାର୍ଥୀ, ଧାମନଗର ବିଧାନସଭା
୧୯୮୮-୯୦ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି
୧୯୯୦-୯୨ ରାଜ୍ୟ ସମ୍ପାଦକ, ବିଜେପି
୧୯୯୨-୯୯ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ
୧୯୯୯-୨୦୦୪ ବିଜେପି ରାଜ୍ୟ ସଭାପତି
୨୦୦୦ ରାଜ୍ୟସଭା ସାଂସଦ
୨୦୦୪-୨୦୦୯ ବିଧାୟକ, ଧାମନଗର ଓ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ
୨୦୧୦-୨୦୧୨ ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି
୨୩-୦୩-୨୦୨୩ ରାଜ୍ୟ ବିଜେପି ସଭାପତି