ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଶିବ ମନ୍ଦିର ନିକଟରେ ଅଘଟଣ । ତିନି ଛକଠାରେ ମା’ ସିଂହାସନୀଙ୍କ ଗେଟ୍ରେ ବିଳମ୍ବିତ ରାତିରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ପଂକଳବାଡି ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଦୀପକ ନାୟକ, (୨୦ ବର୍ଷ)ଆରତ ନାୟକ (୨୦ବର୍ଷ) ।ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ଚିରିକିପଡା ଶାସନ ଶିବ ମନ୍ଦିର ନିକଟରେ ତିନି ଛକଠାରେ ମା’ ସିଂହାସନୀଙ୍କ ଗେଟ୍ରେ ଏକ ବାଇକ୍ ପିଟି ହୋଇଥିଲା । ଫଳରେ ୨ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଅନ୍ୟପଟେ ମୃତକଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ପୋଲସରା ପୁଲିସ ମେଡିକାଲରେ ପହଞ୍ଚି ଆଇନ ଅନୁଯାୟୀ ଯାଞ୍ଚ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି । ଦୁର୍ଘଟଣା ଗ୍ରସ୍ତ ବାଇକ୍ଟିକୁ ପୁଲିସ ଜବତ କରିଛି । ଏନେଇ ପୋଲସରା ଥାନାରେ ଏକ ମାମଲା ରୁଜୁ କରିଛି ପୁଲିସ।

Comments (0)
Add Comment