ମହିଳାଙ୍କୁ ସୁରକ୍ଷା ଦାବିରେ ନବନିର୍ମାଣ ସଙ୍ଗଠନର ପଦଯାତ୍ରା

Navnirman Sangshakthi marches demanding protection for women

ପାଣିକୋଇଲି,: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢି ଚାଲିଛି । ପୁର୍ବ ବିଜେଡ଼ି ସରକାର ସମୟରେ ଇତିଶ୍ରୀ, ବେବିନା, ମାଧବିଲତା, ମମିତା ଓ ରୁଚିକାଙ୍କ ଭଳି ମହିଳା ଶୀକାର ହୋଇ ଆତ୍ମହତ୍ୟା କରିବା ସହିତ କିଛି ମହିଳା ମାନଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ବେଳେ ସରକାର କେବଳ ତଦନ୍ତ ଆଳ ଦେଖାଇ ଖସି ଯାଇଛନ୍ତି । ପିଡ଼ିତାଙ୍କ ପରିବାର ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି । ତେବେ ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ଉକ୍ତ ଘଟଣା ଘଟି ଚାଲିଛି । ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୋମ୍ୟାଶ୍ରୀ କଲେଜର ଅଧ୍ୟାପକଙ୍କ ଦ୍ୱାରା ଅସଦାଚରଣର ଶୀକାର ହୋଇ ଆତ୍ମଦାହ କରିଛନ୍ତି । ସେହିଭଳି ବଳଙ୍ଗା ଠାରେ ନାବାଳିକାକୁ ଦୁଷ୍କର୍ମ ହତ୍ୟା କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ମଧ୍ୟ ଜଣେ ଛାତ୍ରୀ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି । ସରକାରୀ ତଦନ୍ତ ବ୍ୟବସ୍ଥାକୁ ଦାୟୀ କରି ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ପରିବାର । ଏଥି ନିମନ୍ତେ ନବ ନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ ଗତ ୪ ତାରିଖରୁ ବାଲେଶ୍ୱରର ଏଫ ଏମ କଲେଜରୁ ପଦଯାତ୍ରାରେ ବାହାରି ଆସନ୍ତା ୧୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ପିଏମଜି ଛକଠାରେ ଏକ ସମ୍ମିଳନୀ କରିବ ବୋଲି ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି । ଉକ୍ତ ପଦଯାତ୍ରା ପାଣିକୋଇଲିରେ ପହଞ୍ଚିବା ପରେ କୃଷକ ସଙ୍ଗଠନର କୋରାଇ ବ୍ଲକ ସଂଯୋଜକ ଲକ୍ଷ୍ମୀଧର ସାହୁ, ଓ ସୂର୍ଯ୍ୟମଣୀ ପଣ୍ଡା ପ୍ରମୁଖ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏଥି ନିମନ୍ତେ ସ୍ଥାନୀୟ ମା’ ତାରିଣୀଙ୍କ ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସଙ୍ଗଠନର ଉପଦେଷ୍ଟା ଡ଼ କୂଳମଣୀ, ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନର ସଂଯୋଜକ ମନୋହର ଅଲ୍ଲୀ, ବରିଷ୍ଠ ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଯାଜପୁର ଜିଲ୍ଲା ସଂଯୋଜକ ଅଶ୍ୱିନୀ ଜେନା, ମହମ୍ମଦ ଭଞ ଜିଲ୍ଲା ସଂଯୋଜକ ଦିନେଶ ଦାସ, ସୋନପୁର ଜିଲ୍ଲା ସଂଯୋଜକ ଶ୍ରୀକାନ୍ତ ସାହୁ ଓ ବିଶ୍ୱନାଥ ଦେହୁରୀ, ବାଲେଶ୍ୱର ଜିଲ୍ଲା ସଂଯୋଜକ ରଂଜିତ ପଟ୍ଟନାୟକ, ଭଦ୍ରକ ଜିଲ୍ଲା ସଂଯୋଜକ ପ୍ରଭାତ ମହାଲିଙ୍ଗ, ବୈାଦ୍ଧ ଜିଲ୍ଲା ସଂଯୋଜକ ଶ୍ରାବଣ ଅନନ୍ତ, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ନିରଂଜନ ପ୍ରଧାନ, ଜଗତସିଂହପୁର ଜିଲ୍ଲା ସଂଯୋଜକ ଦେବୀ ପ୍ରସାଦ ମହାରଣା, କେନ୍ଦୁଝର ଜିଲ୍ଲା ସଂଯୋଜକ ଖଗେଶ୍ୱର ମହାନ୍ତ, ଗଂଜାମ ଜିଲ୍ଲା ସଂଯୋଜକ କୃଷ୍ନ ଚନ୍ଦ୍ର ନାହାକ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ । କୃଷକ ସଙ୍ଗଠନର କୋରାଇ ବ୍ଲକର ବରିଷ୍ଠ ସଦସ୍ୟ ଶାନ୍ତନୁ ପଣ୍ଡା ସମସ୍ତ ପଦଯାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment