ମାଇ ଭାରତ ତରଫରୁ ବିଶ୍ଵ ଜନ ସଂଖ୍ୟା ଦିବସ କାର୍ଯ୍ୟକ୍ରମ

World Population Day program by Mai Bharat

ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଆମ୍ବେଦକର କଲେଜ ଖଜୁରୀପଡ଼ା ଠାରେ ବିଶ୍ଵ ଜନସଂଖ୍ୟା ଦିବସ କାର୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି | ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଆମ୍ବେଦକର କଲେଜର ଅଧକ୍ଷ ଡ. ପ୍ରଶାନ୍ତ କୁମାର କର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ପ୍ରମୋଦ କୁମାର ନାୟକ, ବାସୁଦେବ ସାହୁ, ରଶ୍ମୀ ରଂଜନ ଲେଙ୍କା, ରାମ କୃଷ୍ ପଣ୍ଡା, ମୁଖ୍ୟବକ୍ତା ଭାବରେ ଖଜୁରୀପଡ଼ା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷାବିତ୍ ପଙ୍କଜ ପ୍ରଧାନ ଏବଂ ମାଇ ଭାରତ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ପ୍ରମୁଖ ଯୋଗ ଦେଇଥିଲେ | ଏହି ଦିବସରେ ଦେଶର ଜନସଂଖ୍ୟା କିପରି ନିୟନ୍ତ୍ରଣ ହେବ ଉପରେ ଆଲଚନା ମୁଖ୍ୟ ବିଷୟ ବସ୍ତୁ ଥିଲା | ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ରଚନା ଓ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ, ସ୍ନେହଲତା ମହାନ୍ତି ପ୍ରଭାସିନୀ ସାହୁ, ଶୁଭଶ୍ରୀ ପଣ୍ଡା, ଜ୍ୟୋତିର୍ମୟୀ ଗଣ୍ଡ, ପ୍ରମୁଖ ବିଜୟୀ ହୋଇଥିଲେ | ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ | କୁଇଜ ଓ ରଚନା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ବୈଠକରେ ମାଇ ଭାରତ କନ୍ଧମାଳର ସହ କର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ପତିତପାବନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ |

Comments (0)
Add Comment