‘ମୁଁ ଜାଣିଛି ଅନେକ କ୍ଷେତ୍ରରେ ମୋ ସହଧର୍ମିଣୀଙ୍କୁ ଆଘାତ ଦେଇଛି’

ନୂଆଦିଲ୍ଲୀ, : ଅଭିନେତା ଅନୁପମ ଖେର ଏବଂ କିରଣ ଖେରଙ୍କ ପ୍ରେମ କାହାଣୀ କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । ଅନୁପମ ଖେର ଏବଂ କିରଣ ଉଭୟଙ୍କ ପାଇଁ ଏହା ଦ୍ୱିତୀୟ ବିବାହ ଥିଲା । ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଅନୁପମ ଖେର କିରଣଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରି କହିଛନ୍ତି, “ଆମର ବିବାହ ଦୁନିଆର ସବୁଠାରୁ ଭଲ ବିବାହ ନୁହେଁ, କାରଣ ମୁଁ ମୋ ସ୍ତ୍ରୀଙ୍କୁ ଅନେକ ଥର ଆଘାତ ଦେଇଛି । ତେବେ କିଛି ବର୍ଷ ପରେ ଜୀବନରେ ଉଠିଥିବା ନିଆଁ ଲିଭିଯିବା ତ ସ୍ୱାଭାବିକ କଥା । ମୁଁ ଏହି ସତ୍ୟକୁ ଗ୍ରହଣ କରିସାରିଛି ଯେ ଜୀବନରେ ସଫଳତା ଓ ବିଫଳତା ଉଭୟମୋଡ ଆସିବ । ଏହି ସମୟରେ ଆପଣଙ୍କୁ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବାକୁ ପଡିବ । ଏହି ସୂତ୍ରକୁ ଆପଣାଇ ମୁଁ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଉଭୟ କ୍ଷେତ୍ରରେ ସଫଳତା ହାସଲ କରିଛି । ଏହା ନୁହେଁ ଯେ ମୋର ବିବାହ ବିଶ୍ୱର ସର୍ବୋତ୍ତମ ବିବାହ । ମୁଁ ଜାଣେ ମୁଁ ମୋ ସହଧର୍ମିଣୀଙ୍କଅନେକଥର ଆଘାତ ଦେଇଛି, କିନ୍ତୁ ମୁଁ ଯାହା ବଞ୍ଚାଇ ରଖିଛି ତାହା ହେଉଛି ତାଙ୍କ ପ୍ରତି ମୋର ସମ୍ମାନ, ମୋର କରୁଣା ଏବଂ ମୋର ଭାବନା ।’ ଅନୁପମ ଖେର ଏବଂ କିରଣ ଖେରଙ୍କୁ ୧୯୮୫ ମସିହାରେ ବିବାହ କରିଥିଲେ । କିରଣ ଏବଂ ଅନୁପମଙ୍କର କୌଣସି ସନ୍ତାନ ନାହିଁ । ଦୁହେଁ କିରଣଙ୍କ ପୁଅ ସିକନ୍ଦରଙ୍କୁ ତାଙ୍କ ପ୍ରଥମ ସ୍ୱାମୀଙ୍କଠାରୁ ଆଣି ପାଳିଛନ୍ତି । ସିକନ୍ଦର ମଧ୍ୟ ବଲିଉଡର ଜଣେ ସଦସ୍ୟ ।

Comments (0)
Add Comment