ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଲୋକସେବା ଭବନରେ ଶୁଭେଚ୍ଛା

Greetings to Chief Secretary Pradeep Jena at Lok Seva Bhavan

ଭୁବନେଶ୍ୱର,  : ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୋମବାର ଲୋକସେବା ଭବନସ୍ଥିତ ତାଙ୍କର କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ, ଅଧିକାରୀ ଓ କର୍ମ·ରୀମାନେ ସାକ୍ଷାତ କରି ଇଂରାଜୀ ନବ ବର୍ଷ ୨୦୨୪ ଉପଲକ୍ଷେ ଏବଂ ସୋମବାର ତାଙ୍କର ଜନ୍ମଦିନ ହୋଇଥିବାରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ମଧ୍ୟ ସମସ୍ତ ସଚିବ, ଅଧିକାରୀ ଓ କର୍ମ·ରୀମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇ ସେମାନଙ୍କର ସୁଖ, ସମୃଦ୍ଧି କାମନା କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜବିହାରୀ ଧଳ, ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପ୍ରମୁଖ ଶାସନ ଜି. ମାଥି ଭାଥାନନ୍‌, ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ପ୍ରମୁଖ ଶାସନ ସଚିବ ଊଷା ପାଢୀ, ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ, କମିଶନର ତଥା ଶାସନ ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ, କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍‌, କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଶାସନ ସଚିବ, ପୁଲିସ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ, ବିଭିନ୍ନ ବିଭାଗର ନିର୍ଦ୍ଦେଶକ, ଅଧିକାରୀ ଓ କର୍ମ·ରୀ, ଅନ୍ୟ ନିଗମ ଓ ଅନୁଷ୍ଠାନର କର୍ତ୍ତୃପକ୍ଷମାନେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ସାକ୍ଷାତ କରି ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ସେହିପରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କୁ ମଧ୍ୟ ଅନ୍ୟ ସଚିବ, ନିର୍ଦ୍ଦେଶକ, ଅଧିକାରୀ ଓ କର୍ମ·ରୀମାନେ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେହିପରି ସୋମବାର ଲୋକସେବା ଭବନରେ ଅନ୍ୟ ସଚିବ, ଅଧିକାରୀ ତଥା କର୍ମ·ରୀମାନେ ପରସ୍ପରକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ।

#bhubaneswar#dumanikhabar#latestnews#localnews#newsOdisha
Comments (0)
Add Comment