ମୋବାଇଲ ଚାର୍ଜ ସମୟରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆଖି ବୁଜିଲେ ନାବାଳକ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ନୂଆପଡା ଗ୍ରାମର ଚାଷୀ ଡମ୍ବରୁ ଧର ନାଏକ ଙ୍କ ନାବାଳକ ପୁଅ ପ୍ରତାପ ନାଏକ(୧୪) ଆଜି ସକାଳେ ବାପା ମା ଚାଷଜମି କୁ ଗଲାପରେ ମୋବାଇଲ ଚାର୍ଜ କରୁଥିବା ସମୟ ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ତେବେ ଘରେ କେହି ନଥିବା କାରଣରୁ ମଧ୍ୟାହ୍ନ ରେ ଚାଷଜମି ରୁ ବାପା ମା ଫେରିବା ପରେ ପୁଅ କୁ ମୃତ ଅବସ୍ଥାରେ ପାଇଥିଲେ।ପରେ କୋକସରା ଡାକ୍ତରଖାନା କୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚାଷି ଡମ୍ବରୁ ଙ୍କ ଦୁଇପୁଅ ମଧ୍ୟରୁ ବଡ଼ପୁଅ ଘର ର ଆର୍ଥିକ ଅବସ୍ଥା ଶୋଚନୀୟ କାରଣରୁ ଯୁକ୍ତ ତିନି ପଢିବା ପରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଛି। ଏଭଳି ଦୁଃଖଦ ସ୍ଥିତି ରେ ନାବାଳକ ପୁଅ ର ଅକାଳ ବିୟୋଗ ରେ ପରିବାର ଭାଙ୍ଗି ପଡିଛନ୍ତି। କୋକସରା ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥିବା ସୂଚନା ମିଳିଛି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

Comments (0)
Add Comment