ମ୍ୟାଚ୍‌ ବେଳେ ପଡ଼ିଆକୁ ପଶିଲେ ପାଲେଷ୍ଟାଇନ ସମର୍ଥକ

Palestinian supporter entered into the pitch during the match

ଅହମଦାବାଦ, ୧୯ା୧୧: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ସୁରକ୍ଷାକୁ ନେଇ ବଡ଼ ବିଫଳତା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଜଣେ ବ୍ୟାକ୍ତି ପଡିଆ ଭିତରକୁ ପଶିଯାଇଥିଲେ । କେବଳ ପଡିଆ ଭିତରକୁ ପଶିନଥିଲେ ବଂର ବ୍ୟାଟିଂ କରୁଥିବା ବିରାଟ କୋହଲିଙ୍କକାନ୍ଧରେ ହାତ ପକାଇଥିଲେ । ଯାହା ଫରେ କିଛି ସମୟ ଖେଳକୁ ବନ୍ଦ କରାଯାଇ ସୁରକ୍ଷା କର୍ମୀ ସେହି ବ୍ୟକ୍ତିଙ୍କୁ ପଡିଆରୁ ବାହାରକୁ ନେଇଥିଲେ । ତେବେ ପଡିଆକୁ ପଶିଆସିଥିବା ସେହି ବ୍ୟକ୍ତି ଜଣଙ୍କ
ପାଲେଷ୍ଟାଇନର ସମର୍ଥକ ବୋଲି ଜଣାପଡିଛି । ଏହି ପ୍ରଶଂସକଙ୍କ ଜର୍ସି ଉପରେ ପାଲେଷ୍ଟାଇନ ପତାକା ଥିଲା । ପାଲେଷ୍ଟାଇନକୁ ମୁକ୍ତ କରିବାର ସ୍ଲୋଗାନ ମଧ୍ୟ ତାଙ୍କ ଟି-ସାର୍ଟରେ ଲେଖାଯାଇଥିଲା । ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ ଉକ୍ତ ବ୍ୟକ୍ତି । ତେବେ ବର୍ତ୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ •ଲିଥିବା ବେଳେ ଏହି ଯୁବକ ଜଣଙ୍କ ବିଶ୍ୱର ଦୃଷ୍ଟି ଆକର୍ଷକ କରିବା ପାଇଁ ଏପରି କରିଥିବା କୁହାଯାଉଛି । କାରଣ ରବିବାରର ମ୍ୟାଚକୁ ସମଗ୍ର ବିଶ୍ୱର କ୍ରିକେଟ ପ୍ରେମୀ ଦେଖୁଥିବେ । ଏହି ସମୟରେ ସେ ପାଲେଷ୍ଟାଇନକୁ ମୁକ୍ତ କରିବାର ସ୍ଲୋଗାନ ମଧ୍ୟ ତାଙ୍କ ଟି-ସାର୍ଟ ଓ ପତାକା ସହ ପଡିଆକୁ ପଶି ସମସ୍ତଙ୍କ ଦୃଷ୍ଟି ଆକର୍ଷକ କରିଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ରବିବାର ଫାଇନାଲ ମ୍ୟାଚରେ ପ୍ରାୟ ୧ ଲକ୍ଷ ୩୦ ହଜାରକରୁ ଅଧିକ ପ୍ରଶଂସକ ଷ୍ଟାଡିୟମରେ ଥିବା ବେଳେ ବହୁ ଭିଭିଆଇପି ମଧ୍ୟ ଉପସ୍ଥିତ ଅଛନ୍ତି । ଏଭଳି ପରିସ୍ଥିତିରେ ସୁରକ୍ଷା ବଳୟ ଭେଦି ଜଣେ ପଡିଆ ଭିତରକୁ ପଶିବା ପୁଲିସର ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି ।

#cricket#dumanikhabar#icc#latestnews
Comments (0)
Add Comment