କୋରାପୁଟ : ହାଲ ସୁନାବେଡ ରଜ ପାଇଁ କୋରାପୁଟ ଜିଲ୍ଲା ସୁନାବେଡା ରେ ସହର ବିଭିନ୍ନ ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଛି। ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ରଜ ପର୍ବ ପାଳନ ହେବାକୁ ଥିବା ବେଳେ ଆଜି ପ୍ରଥମ ଏବଂ ଦ୍ୱତୀୟ ଦିନରେ ସ୍ଥାନୀୟ ମହିଳା ଏବଂ ଯୁବତୀଙ୍କ ସହ ଛୋଟ ଝିଅମାନେ ରଜ ପର୍ବର ମଜା ନେଇଥିଲେ। ସକାଳୁ ନୂଆ ପୋଷାକ ପିନ୍ଧିବା ସହ ସାଜସଜ୍ଜା ହୋଇଥିଲେ। ସେହିପରି କିଛି ମହିଳା ଓ ଯୁବତୀ ଦୋଳି ଖେଳର ମଜା ନେଇ ଥିଲେ। ଅନ୍ୟପଟେ ରଜ ପାନ ପାଇଁ ପାନ ଦୋକାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ରଜ ପାନ ଖାଇ ମଜା ଉଠାଇଥିଲେ। ପାନ ଦୋକାନୀମାନେ ମଧ୍ୟ ରଜ ପାନକୁ ଅଧିକ ସ୍ୱାଦିଷ୍ଟ କରିବା ସହ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ରକମ ରକମର ମିଠା ପାନରେ ଦେଉଛନ୍ତି। ଚଳିତ ବର୍ଷ ରଜ ପାନର ଚାହିଦା ଅଧିକ ରହିଥିବା ବେଳେ ଭଲ ବ୍ୟବସାୟ ହୋଇଥିବା ନେଇ ପାନ ଦୋକାନୀ କହିଛନ୍ତି. ସ୍ୱାଦିଷ୍ଟ ବ୍ୟଂଜନ ପାଇଁ ଭିଭିନ୍ନ ଷ୍ଟାଲ ର ଆୟୋଜନ ମଧୁସୁଧନ କମିଟି ତୋରଫରୁ ଆୟୋଜନ କରାଯାଇଛି. ପ୍ରଥମ ଦିନରେ ଦୋଳିଖେଳକୁ, ସ୍ୱାଦିଷ୍ଟ ପାନ,ଦ୍ୱତୀୟ ଦିନରେ ଭିଭିନ୍ନ ଖଳନା କୁନୀ ପିଲାଙ୍କ ପାଇଁ ଆୟୋଜନ ଦେଖିବାକୁ ମିଳିଥିଲା. ଅତିଥି ଭାବେ ସୁନାବେଡା ହାଲ ଇଡି ସୁଦାଂଶୁ ମୋହନ ଜେନା, ସହ ଧର୍ମିଣୀ ସ୍ୱପ୍ନା ସୋନାଲିକା ଜେନା, ହେଚ ଆର ଭବାନୀ ଶଙ୍କର ସାହା, ଆଇ ଆଇ ସି. ଏସ. କୁନାର ଯୋଗଦେବା ସହ ପୋଲିସ ଭିଭାଗ ସହ ଶାନ୍ତି ଶୃଙ୍ଖଲା ବଜାଈ ରଖଥିଲେ. ଆଖପାଖ ଅଞ୍ଚଳରେ ରଜ ପର୍ବ ଉପଲକ୍ଷେ ସାଂକୃତିକ କାର୍ଯ୍ୟକ୍ରମ ସହ ଡ୍ୟାନ୍ସ ଓ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା। ସେହିପରି ସ୍ଥାନୀୟ ଚାଷୀ ମାନେ ତିନି ଦିନ ଧରି ଚାଷ କାମରୁ ନିବୃତ ରହୁଥିବା ବେଳେ ମହିଳା ଓ ଯୁବତୀ ମାନେ ମଧ୍ୟ ଘରେଇ କାମରୁ ନିବୃତ ରହି ତିନି ଦିନ ଧରି ରଜପର୍ବର ମଜା ନିଅନ୍ତି।ବିଭିନ୍ନ ରକମର ପିଠା ତିଆରି କରି ଘର ଘର ବୁଲି ଖାଇବା ସହ ସମୟ ଅତିବାହିତ କରିଥାନ୍ତି।