ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ
President Draupadi Murmu completes three years in office: Various initiatives launched at Rashtrapati Bhavan
By
dumanikhabar.in
on July 25, 2025
ନୂଆଦିଲ୍ଲୀ 25:7. ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୫ ଜୁଲାଇ, ୨୦୨୫) କାର୍ଯ୍ୟାଳୟରେ ତିନି ବର୍ଷ ପୂରଣ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂରଣ କରିବା ସହିତ, ରାଷ୍ଟ୍ରପତି ଭବନରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି
ଦିବ୍ୟାଙ୍ଗଜନ-ଅନୁକୂଳ ରାଷ୍ଟ୍ରପତି ଭବନ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଦ୍ୱାରା ୫୦ -ସୂତ୍ରୀ ସୁପାରିଶ କାର୍ଯ୍ୟକାରୀ କରିବା ପରେ ରାଷ୍ଟ୍ରପତି ଭବନ, ଅମୃତ ଉଦ୍ୟାନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଦିବ୍ୟାଙ୍ଗଜନ-ଅନୁକୂଳ ପରିସରରେ ପରିଣତ ହୋଇଛି।
୨୨ଟି ଭାରତୀୟ ଭାଷାରେ ରାଷ୍ଟ୍ରପତି ଭବନ ୱେବସାଇଟ୍ ଆରମ୍ଭ। ରାଷ୍ଟ୍ରପତି ଭବନର ସରକାରୀ ୱେବସାଇଟ୍ – https://www.rashtrapatibhavan.gov.in/ ଏବଂ https://www.presidentofindia.gov.in/ – ଏବେ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ।
ରାଷ୍ଟ୍ରପତି ଭବନରେ ପରିଦର୍ଶକ ଏବଂ ନିବାସୀଙ୍କ ପାଇଁ ବିଭିନ୍ନ ସୁବିଧାର ଉଦଘାଟନ, ଯେପରିକି ରାଷ୍ଟ୍ରପତି ଭବନରେ ପରିଦର୍ଶକ ସୁବିଧା କେନ୍ଦ୍ର, ହାଇଦ୍ରାବାଦର ରାଷ୍ଟ୍ରପତି ନିଳୟମ ଠାରେ ନିଳୟମ ନିକୁଞ୍ଜ, ମାଶୋବ୍ରାର ରାଷ୍ଟ୍ରପତି ନିବାସରେ କାଫେଟେରିଆ, ସ୍ମାରକୀ ଦୋକାନ , ଅଭ୍ୟର୍ଥନା କକ୍ଷ ଏବଂ ରାଷ୍ଟ୍ରପତି ଭବନରେ ଏକ ନବୀକରଣ କରାଯାଇଥିବା ଜିମ୍।
୨୫୦ ରୁ ଅଧିକ ସାମଗ୍ରୀ ନିଲାମ ପାଇଁ ଇ-ଉପହାର ସିଜିନ ୨ ଆରମ୍ଭ। ନିଲାମରୁ ସମସ୍ତ ଆୟ ଶିଶୁ ସୁରକ୍ଷା ସମ୍ପର୍କିତ କାଯ୍ୟକ୍ରମଗୁଡିକୁ ଦାନ କରାଯିବ। ବିବରଣୀ – https://upahaar.rashtrapatibhavan.gov.in/ ଇ-ପୁସ୍ତକର ଉନ୍ମୋଚନ – ରାଷ୍ଟ୍ରପତି ଶାସନର ଗତ ଗୋଟିଏ ବର୍ଷର ପ୍ରସଙ୍ଗର ସଂଗ୍ରହ (ଲିଙ୍କ୍ https://rb.nic.in/ebook25.htm)। ମାର୍ଚ୍ଚ ୨୦୨୭ ସୁଦ୍ଧା ରାଷ୍ଟ୍ରପତି ଭବନକୁ ନେଟ୍ ଜିରୋ କରିବା ପାଇଁ ପଦକ୍ଷେପ ଆରମ୍ଭ। ଏହି ସମସ୍ତ ପ୍ରୟାସର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି ଗତ ତିନି ବର୍ଷ ମଧ୍ୟରେ ଅନେକ ନିଷ୍ପତ୍ତି ନିଆଯାଇଛି ଏବଂ କାର୍ଯ୍ୟ କରାଯାଇଛି ଯାହା ନାଗରିକମାନଙ୍କର ରାଷ୍ଟ୍ରପତି ଭବନ ସହିତ ଅଧିକ ସଂଯୋଗ ବୃଦ୍ଧି କରିଛି। ସମାଜର ସମସ୍ତ ବର୍ଗ, ବିଶେଷକରି ଅବହେଳିତ ଏବଂ ପଛୁଆ ବର୍ଗଙ୍କୁ ଦେଶର ବିକାଶ ଯାତ୍ରା ସହିତ ପ୍ରଭାବଶାଳୀ ଭାବରେ ଯୋଡ଼ିବା ପାଇଁ ଆମର ସର୍ବଦା ପ୍ରୟାସ ଜାରିରହିଛି। ଦିବ୍ୟାଙ୍ଗଜନଙ୍କ ପାଇଁ ରାଷ୍ଟ୍ରପତି ଭବନ ଅଧିକ ସୁଗମ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ନୂତନ ପଦକ୍ଷେପ ନିଆଯିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ।
LocalNewse
Main Stories
National
ଦେଶ- ବିଦେଶ
ରାଜ୍ୟ
Share
Related Posts
ବେଦାନ୍ତ ଆଲୁମିନିୟମର ଇଞ୍ଜିନିୟରମାନେ ନବସୃଜନ ଏବଂ ଉତ୍ପାଦନ ଉତ୍କର୍ଷତାକୁ ଶକ୍ତି ଦେଉଛନ୍ନ୍ତି
ସିଂହ ଉପରେ ମା’ ସିଂହବାହିନୀ ମଙ୍ଗଳା
ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ
ଦେଶ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ହେବ: ଅମିତ ଶାହ
ଛୁଟିରେ ମଧ୍ୟ ଲୋକସେବା ଭବନ ଆସି କାମ କଲେ ମୁଖ୍ୟମନ୍ତ୍ରୀ
ଜିଲ୍ଲାସ୍ତରୀୟ ଯୁବ ମାରାଥନ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଏସ୍ଏନ୍ଏଲ୍ ୪ଜି ସେବାର ହେବ ଉଦଘାଟନ
Comments
(0)
Add Comment