ଲଗାଣ ବର୍ଷା ପାଇଁ ୪ଟି ବ୍ଲକର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ

District Collector declares closure of all schools in 4 blocks due to heavy rain

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ମଙ୍ଗଳବାର ମଧ୍ୟରାତ୍ରରୁ ବର୍ଷା ଜାରି ରହିଛି । ବୁଧବାର ସକାଳ ୮ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ୧୫୯ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲଗାଣ ବର୍ଷା ପାଇଁ ଭଦ୍ରକ ସହର ସହ ବିଭିନ୍ନ ବ୍ଲକ୍‌ରେ ବେହାଲ ସ୍ଥିତି ହୋଇଛି । ଦୋକାନ ବଜାର ବନ୍ଦ ରହିଛି । ତେବେ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ବନ୍ଦ ରଖାଯାଇଛି । ଏହି ୪ଟି ବ୍ଲକ୍‌ ହେଉଛି ତିହିଡି, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବ୍ଲକ୍ । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ଥିବାବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ସ୍କୁଲରେ ଉପସ୍ଥିତ ରହିବେ । ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷ ହେବାର ସମ୍ଭାବନା ରହିଛି । ବୁଧବାରର ସ୍ଥିତି ଦେଖି ଗୁରୁବାର ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।

ଲଗାଣ ବର୍ଷା ପାଇଁ ୪ଟି ବ୍ଲକର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
Comments (0)
Add Comment