ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ ଲୁକ ଆଉଟ ନୋଟିସ

Lookout notice issued against Shilpa Shetty and husband Raj Kundra

ମୁମ୍ବାଇ, : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିଛି । ୬୦ କୋଟି ଟଙ୍କାର ଠକେଇ
ମାମଲାରେ ଶିଳ୍ପା ଓ ରାଜଙ୍କ ନାଁରେ ମୁମ୍ବାଇ ପୋଲିସ୍ ଲୁକ ଆଉଟ ନୋଟିସ ଜାରି କରିଛି । ଏହି ସେଲେବ୍ରିଟି ଦମ୍ପତି ଜଣେ ବ୍ୟବସାଙ୍କୁ ୬୦ କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ବନ୍ଦ ହୋଇ ସାରିଥିବା
ଦମ୍ପତିଙ୍କ ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିଃ ସହ ଗୋଟିଏ ପୁଞ୍ଜି ନିବେଶ ବୁଝାମଣା ଜରିଆରେ ଏପରି ଠକେଇ ହୋଇଥିବା କୁହାଯାଉଛି । ଆର୍ଥିକ ଅପରାଧିକ ୱିଙ୍ଗ (ଇଓଡବ୍ଲୁ) ସୂତ୍ରରେ କୁହାଯାଇଛି ଯେ ଏବେ ପୋଲିସ୍ ୬୦ କୋଟିର ଠକେଇ ମାମଲାରେ ଶିଳ୍ପା ଓ ରାଜଙ୍କ ଯାତ୍ରା ବିବରଣୀକୁ ଯାଞ୍ଚ କରୁଛି । କମ୍ପାନୀର ଅଡିଟରଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ କରାଯାଇଛି । ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି ଯେ ୨୦୧୫ରୁ ୨୦୨୩ ମଧ୍ୟରେ
ଶିଳ୍ପା ଓ ରାଜ ତାଙ୍କ ଠାରୁ ବ୍ୟବସାୟ ସଂପ୍ରସାରଣ ପାଇଁ ୬୦ କୋଟି ଟଙ୍କା ନେଇଥିଲେ । କିନ୍ତୁ ଏହାକୁ ସେମାନେ ବ୍ୟବସାୟ ବଦଳରେ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ । ପ୍ରଥମେ ଏହାକୁ ସେମାନେ ଋଣ ଆକାରରେ ଶ୍ରୀ
କୋଠାରୀଙ୍କୁ ଠାରୁ ନେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଏହାକୁ କମ୍ପାନୀରେ ନିବେଶ ଭାବେ ଦର୍ଶାଇଥିଲେ । ଋଣ ନେବା ବେଳେ ଶିଳ୍ପା ଓ ରାଜ ମିଳିତ ଭାବେ କୋଠାରୀଙ୍କୁ କହିଥିଲେ ଯେ ଗୋଟିଏ ସୀମିତ ସମୟ ମଧ୍ୟରେ ୧୨% ସୁଧ
ସହ ତାଙ୍କୁ ସେମାନେ ଟଙ୍କା ଫେରସ୍ତ କରିବେ । ଏପରି କି ୨୦୧୬ ଏପ୍ରିଲ ମାସରେ ଶିଳ୍ପା ଶେଟ୍ଟୀ ଲିଖିତ ଭାବେ ଟଙ୍କା ଫେରସ୍ତର ଗ୍ୟାରେଣ୍ଟୀ ଦେଇଥିଲେ । କିନ୍ତୁ କିଛି ମାସ ପରେ କମ୍ପାନୀର ନିଦେ୍ର୍ଦଶକ ପଦରୁ ଶିଳ୍ପା ଇସ୍ତଫା ଦେଇଥିଲେ । ବ୍ୟବସାୟୀ ଜଣଙ୍କ ଦାବି କରିଛନ୍ତି ଯେ ପରବର୍ତ୍ତୀ ସମୟରେ କମ୍ପାନୀ ବିରୋଧରେ ୧.୨୮ କୋଟିର ଗୋଟିଏ ଦେବାଳିଆ ମାମଲା ·ଲିଥିବା ସେ ଜାଣିବାକୁ ପାଇଥିଲେ । କିନ୍ତୁ ଏ ସମ୍ପର୍କରେ ତାଙ୍କୁ ଆଗୁଆ କୁହାଯାଇ ନଥିଲା । ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ବ୍ୟବସାୟୀ କୋଠାରୀ ଏପରି ଅଭିଯୋଗ ଆଣିଥିବା ବେଳେ ଶିଳ୍ପା ଓ ରାଜ ଏହାକୁ ଖଣ୍ଡନ କରିଛନ୍ତି । ସେମାନଙ୍କ ଛବିକୁ ମଳିନ କରିବା ପାଇଁ ବ୍ୟବସାୟୀ ଜଣଙ୍କ ଏପରି ଅଭିଯୋଗ ଆଣିଥିବା ଉଭୟ କହିଛନ୍ତି । ତଥାପି ଶିଳ୍ପା ଓ ରାଜଙ୍କ ବିରୋଧରେ ମୁମ୍ବାଇ ପୋଲିସ୍ ଲୁକ ଆଉଟ ସର୍କୁଲାର ଜାରି କରିଛି ।

Comments (0)
Add Comment