ସମ୍ବଲପୁରରେ ‘ନୂତନ ଭାରତର ନୂତନ ଶିକ୍ଷା ନୀତି’ ଅଭିଯାନର ଶୁଭାରମ୍ଭ

Launch of 'New India's New Education Policy' campaign in Sambalpur

ଭୁବନେଶ୍ୱର,୨୨ା୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ନୂତନ ଭାରତ ପାଇଁ ନୂତନ ଶିକ୍ଷାର ଶୁଭାରମ୍ଭ କରିଛନ୍ତି । ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଚେତନାକୁ ଉନ୍ନତ କରିବା ନିମନ୍ତେ ଏହି ଅଭିଯାନର ପରିକଳ୍ପନା କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି । ସେବା, ସମାନତା ଓ ସହାନୁଭୂତି ଭଳି ନୈତିକ ଏବଂ ମାନବିକ ମୂଲ୍ୟବୋଧ ଆମ ସଂସ୍କୃତିର ମୂଳଦୁଆ ଏବଂ ଯୁବପିଢ଼ି ଏହି ମହାନ ଆଦର୍ଶ ସହିତ ପରିଚିତ ହେବା ଉଚିତ୍‌ ବୋଲି ସେ ଉଲ୍ଲେଖ କରିଥିଲେ ।ଏକ ଉନ୍ନତ ସମାଜ ଗଠନ ପାଇଁ ସେମାନେ ନିଜ ବୃଦ୍ଧ ପିତାମାତା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କ ଯତ୍ନ ନେବା ଉଚିତ୍‌ । ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଏହି ମୂଲ୍ୟବୋଧ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହେବା ଦରକାର ବୋଲି ସେ କହିଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ ନୈତିକ ଶିକ୍ଷା ଆମ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ । ନୈତିକ ଶିକ୍ଷା ଆମକୁ କରୁଣା, ଦୟା, ବନ୍ଧୁତା ଏବଂ ଭାଇଚାରାର ଜୀବନ ମୂଲ୍ୟବୋଧ ବିଷୟରେ ସଚେତନ କରେ । ଏହି ଗୁଣଥିବା ବ୍ୟକ୍ତିମାନଙ୍କ ଠାରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ । ବ୍ୟକ୍ତି ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଫଳରେ ଉନ୍ନତ ସମାଜ ଗଠନ ହୋଇପାରିବ । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରିତ୍ର ନିର୍ମାଣ, ଆତ୍ମ ଅନୁଭବ ଓ ଦିବ୍ୟ ଅନୁଭୂତି ମାଧ୍ୟମରେ ସୁଖ, ଶାନ୍ତି ଓ ଆନନ୍ଦର ମାର୍ଗକୁ ସୁଗମ କରୁଛି ବୋଲି ସେ କହିବା ସହିତ ଆନନ୍ଦ ପ୍ରକାଶ କରିଥିଲେ ।

#bhubaneswar#dumanikhabar#india#latestnews#localnews#news#odisha
Comments (0)
Add Comment