ସମ୍ମାନ ଜନକ ବି ଭୋକାଲ ସିଏସ୍‌ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍‌ଓଡିଏଲ

TPSODL honored with prestigious Janak V Vocal CSR 25 Award

ଭୁବନେଶ୍ୱର, : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ସମ୍ମାନ ଜନକ ବି ଭୋକାଲ ସିଏସ୍‌ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି । ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍‌ଓଡିଏଲକୁ ଏହି ପୁରସ୍କାର ମିଳିଛି । ଏହି ପୁରସ୍କାର ଦକ୍ଷିଣ ଓଡ଼ିଶାରେ ଗ୍ରାମୀଣ ଜୀବିକାରେ ଉନ୍ନତି ଆଣିବା ଏବଂ ମହିଳା ନେତୃତ୍ୱାଧୀନ ଚାଷ କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ଟିପିଏସ୍‌ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଏ । ଟିପିଏସ୍‌ଓଡିଏଲର ଏହି ପ୍ରୋଜେକ୍ଟ କୋରାପୁଟ ଜିଲ୍ଲାର ଏନଜିଓ ପ୍ରଗତିର ସହଭାଗିତାରେ ବୈପାରିଗୁଡା ବ୍ଲକର ଡୋରାଗୁଡ଼ା ଗ୍ରାମପଞ୍ଚାୟତରେ ହୋଇଥିଲା । ଯାହାଦ୍ୱାରା ୧୮ଟି ଗାଁର ୫୧୦ଜଣ ମହିଳା ଏଥିରେ ଉପକୃତ ହୋଇ ପାରିବା ସହ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ଯେଉଁମାନେ କି ଜନଜାତି ସମୁଦାୟର ଅଟନ୍ତି । ଏହାର ଲକ୍ଷ୍ୟ ଥିଲା ଉନ୍ନତ ଚାଷ କୌଶଳ ପ୍ରୟୋଗସହ ଜୈବିକ ପଦ୍ଧତିରେ ମିଲେଟ୍ ଚାଷକୁ ପ୍ରୋତ୍ସାହନ ଏବଂ ଚାଷୀଙ୍କୁ ବଜାର ସହ ସଂଯୋଗ କରିବା । ମହିଳା ଚାଷୀମାନେ ମିଲେଟ୍ ଇଣ୍ଟେନସିଫିକେସନ୍ ସିଷ୍ଟମ୍‌ ଏବଂ ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂ ଭଳି ଉନ୍ନତ ଚାଷ ପଦ୍ଧତିକୁ ଆପଣାଇଥିଲେ । ଯାହା ପାରମ୍ପରିକ ପଦ୍ଧତି ତୁଳନାରେ ଉତ୍ପାଦନକୁ ଦ୍ୱିଗୁଣିତ କରିବାରେ
ସମର୍ଥ ହୋଇ ପାରିଥିଲା । ମୋଟ ୨୫୦ ଏକର ଜମିରେ ହୋଇଥିବା ଏହି ଚାଷରୁ ସେମାନେ ୨,୨୦୦ କ୍ୱିଣ୍ଟାଲ୍‌ରୁ ଅଧିକ ମିଲେଟ୍ ଅମଳ କରିବାରେ ସକ୍ଷମ ହୋଇପାରିଛନ୍ତି । ତନ୍ମଧ୍ୟରୁ ବହୁ ଚାଷୀ ସରକାରୀ ମଣ୍ଡିରେ ଏମଏସପି ଅଧୀନରେ ଉତ୍ପାଦ ବିକ୍ରି କରି ଅଧିକ ଆୟ ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ୨୧୨ ଜଣ ଚାଷୀ ଜୈବିକ ଶ୍ରୀ ଫାର୍ମର୍ସ ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍‌ରେ ଅଂଶୀଦାର ହୋଇପାରିଛନ୍ତି । ଯାହା ଏକ ନିରନ୍ତର ବିକାଶକୁ ସମର୍ଥନ କରେ । ଏଥିସହିତ ଏକ ମିଲେଟ୍‌ ପ୍ରକ୍ରିୟାକରଣ ୟୁନିଟର ମଧ୍ୟ ସ୍ଥାପନା ହୋଇପାରିଛି । ଯାହା ଆଧୁନିକ ଯନ୍ତ୍ରପାତି ସହିତ, ପରିଷ୍କରଣ, ଡିହସ୍କିଂ ଏବଂ ଗ୍ରାଇଣ୍ଡିଂ ପାଇଁ ବ୍ୟବହୃତ ହୋଇପାରୁଛି । ଏହାସହିତ ଅନେକ ଚାଷୀ ଏହି ପ୍ରକଳ୍ପ ଜରିଆରେ ସରକାରୀ ପ୍ରୋତ୍ସାହନ ଏବଂ ସମର୍ଥନ ପାଇପାରିଛନ୍ତି, ଯାହା କମ୍ପାନୀର ମୂଳ ଲକ୍ଷ୍ୟକୁ ସାଧିତ କରିବା ସହିତ ପ୍ରଭାବଶାଳୀ କରିପାରିଛି । ଟିପିଏସ୍‌ଓଡିଏଲ୍‌ର ମୁଖ୍‌୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ପୁରସ୍କାର ଆମ ପାଇଁ ଗର୍ବର ମୁହୂର୍ତ୍ତ । ଆମର ମିଲେଟ୍‌? ପ୍ରୋଜେକ୍ଟ ତଥା ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦର୍ଶାଉଛି କିପରି ମହିଳା ଚାଷୀଙ୍କୁ ସଶକ୍ତ କରି ଏକ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିହେବ । ଏହା କେବଳ ପାରମ୍ପରିକ ଫସଲକୁ ସଂରକ୍ଷଣ କରୁନାହିଁ ବରଂ ଜୀବିକାକୁ ସୁରକ୍ଷିତ କରିବା ସହିତସମୁଦାୟକୁ ସଶକ୍ତ କରୁଛି । ସମଗ୍ର ଦକ୍ଷିଣ ଓଡ଼ିଶାରେ ଏକ ସ୍ଥାୟୀ ଏବଂ ସମାବେଶୀ ବିକାଶକୁ ଗୁରୁତ୍ୱ ଦେବା ଯେଉଁଠାରେ ସମସ୍ତଙ୍କ ଅନ୍ତର୍ଭୁକ୍ତୀ ରହିଥିବ ସେଥିପାଇଁ ଟିପିଏସ୍‌ଓଡିଏଲ୍‌ ପ୍ରତିବଦ୍ଧ ଅଟେ” ।

Comments (0)
Add Comment