ସାର ପାଇଁ ହଟହଟା ସାନଖେମୁଣ୍ଡି ଚାଷୀ | ସରକାର ନିରବ

Sankhemundi farmers struggling for fertilizer | Government silent
ସାନଖେମୁଣ୍ଡି: ସାର ପାଇଁ ଚାଷୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। କେଉଁଠି ଘଣ୍ଟା ଘଣ୍ଟା ଲମ୍ବା ଧାଡ଼ି ତ କେଉଁଠି ସାରା ରାତି ଅନିଦ୍ରା ପରେ ବି ସାର ମିଳୁ ନାହିଁ। ଚାଷ ସମୟରେ ସାର ନ ପାଇ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି। ସବୁ ଜାଣି ବି ସରକାର ନିରବ ରହିବା ସବୁଠୁ କ୍ଷୋଭ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଅନେକ ଚଷୀ | ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହାସପୁର ସମବାୟ ସମିତି ଅଧୀନ ରେ ପଞ୍ଜିକରଣ କରିଥିବା ଚଷୀ ମାନେ ସାର ନପାଇ ଗତକାଲି 326 ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ଯଥାଶୀଘ୍ର ସାର ଯୋଗାଇବାକୁ ଦାବି କରିଥିଲେ | ସୂଚନା ପାଇ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ସାନଖେମୁଣ୍ଡି ତହସିଦାର ରାମ ଚନ୍ଦ୍ର ପଟ୍ଟନାୟକ ଏବଂ ଗୋଷ୍ଠୀ କୃଷି ଅଧିକାରିଣୀ ସୁଶ୍ରୀ ଜୟପ୍ରଭା ଆଚାରୀ, ସମବାୟ ସଭାପତି କୈଳାଶ ପାତ୍ର ପହଁଚି ଆନ୍ଦୋଳନ ରତ ଚଷୀ ଙ୍କୁ ବୁଝା ସୁଝା କରିଥିଲେ ଏବଂ ଆସନ୍ତା 2ରୁ 3 ଦିନ ଭିତରେ ସାର ମିଳିବାର ପ୍ରତିଶୃତି ମଳିବା ପରେ ଆନ୍ଦୋଳନ ରୁ ହଟିଥିଲେ | ସେହିପରି ଆଜି କଙ୍କରଡ଼ା ପଞ୍ଚାୟତ ରେ ଥିବା ସମବାୟ କେନ୍ଦ୍ର ରେ ସକାଳୁ ସକାଳୁ ହଜାର ହଜାର ଚାଷୀ ଗୋଟିଏ ବସ୍ତା ସାର ପାଇଁ ଲମ୍ବା ଲାଇନ ରେ ଥିବା ଦଖିବାକୁ ମିଳିଛି | ଲାଇନ ରେ ଥିବା ଚଷୀ ମାନେ 2 ରୁ 4 ଘଣ୍ଟା ଛିଡା ହେବା ପରେ ଗୋଟିଏ ବସ୍ତା ସାର ପାଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି| ଚଷୀ ମାନେ କ୍ଷୋଭ ପ୍ରକାଶ କରି ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କୁ ଭ୍ରଷଣା କରିବା ସହିତ ପ୍ରର୍ଯ୍ୟପ୍ତ ପରିମାଣ ରେ ସାର ଯୋଗାଇବା କୁ ଅନୁରୋଧ କରିଛନ୍ତି |
Comments (0)
Add Comment