ସୁନା, ରୂପାର ମୂଲ୍ୟରେ ହ୍ରାସ

ଭୁବନେଶ୍ୱର ,: ଶୁକ୍ରବାର ଅମେରିକୀୟ ଡଲାରର ମଜବୁତି ଏବଂ ଆମେରିକାର ସ୍ଥିର ଅର୍ଥନୈତିକ ରିପୋର୍ଟ ମଧ୍ୟରେ ସୁନା ଓ ରୂପାର ମୂଲ୍ୟରେ ହ୍ରାସ ଦେଖାଦେଇଛି । ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୋନାର ମୂଲ୍ୟ ୧୦ ଗ୍ରାମ ପିଛା ୯୧,୧୪୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୯,୪୯୦ ଟଙ୍କା ରହିଛି । ଅନ୍ୟପକ୍ଷରେ, ରୂପାର ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ୧,୧୩,୯୦୦ ଟଙ୍କାରେ ପହଞ୍ଚିଛି । ୨୦୨୫ ଜୁନ୍ ମାସରେ ଅମେରିକାରେ ରିଟେଲ ବିକ୍ରି ୦.୬ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଆଶାଠାରୁ ୦.୧ ପ୍ରତିଶତଠାରୁ ଅଧିକ । ଏହା ଟାରିଫ ଅସ୍ଥିରତା ସତ୍ତ୍ୱେ ଗ୍ରାହକଙ୍କ ମଜବୁତ ଚାହିଦାକୁ ସୂଚାଇଛି । ଏହା ସହିତ, ଅମେରିକାର ଶ୍ରମ ବିଭାଗ ଅନୁସାରେ, ୧୨ ଜୁଲାଇରେ ଶେଷ ହୋଇଥିବା ସପ୍ତାହରେ ବେରୋଜଗାରୀ ଦାବି ୭,୦୦୦ ହ୍ରାସ ପାଇ ୨,୨୧,୦୦୦କୁ ଖସିଛି, ଯାହାକୁ ୨,୩୫,୦୦୦ ବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା । ଏହି ତଥ୍ୟ ନିବେଶକଙ୍କ ଆତ୍ମବିଶ୍ୱାସକୁ ଆହୁରି ମଜବୁତ କରିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୫ ଅଗଷ୍ଟ ୨୦୨୫ରେ ଶେଷ ହେବାକୁ ଥିବା ସୁନା ଭବିଷ୍ୟତ କାରବାର ୦.୦୨ ପ୍ରତିଶତ ହ୍ରାସ ସହ ୧୦ ଗ୍ରାମ ପିଛା ୯୭,୪୭୦ ଟଙ୍କାରେ ରହିଛି । ଅନ୍ୟପକ୍ଷରେ, ୫ ସେପ୍ଟେମ୍ବର ୨୦୨୫ରେ ଶେଷ ହେବାକୁ ଥିବା ରୂପା ଭବିଷ୍ୟତ କାରବାର ୦.୧୮ ପ୍ରତିଶତ ବୃଦ୍ଧି ସହ ପ୍ରତି କିଲୋଗ୍ରାମ ୧,୧୨,୬୮୩ ଟଙ୍କାରେ ରହିଛି । ମୁମ୍ବାଇ, ହାଇଦ୍ରାବାଦ, ଚେତ୍ତାଇ, ବେଙ୍ଗାଲୁରୁ ଓ କୋଲକାତାରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୧,୦୬୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୯,୩୪୦ ଟଙ୍କା ରହିଛି । ପାଟଣା ଓ ଅହମଦାବାଦରେ ୨୨ କ୍ୟାରେଟ ସୁନା ୯୧,୧୧୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ୯୯,୩୯୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ଜୟପୁରରେ ୨୨ କ୍ୟାରେଟ ସୁନା ୯୧,୧୪୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୯୯,୪୯୦ ଟଙ୍କା ପ୍ରତି ୧୦ ଗ୍ରାମ ମୂଲ୍ୟରେ ବିକ୍ରି ହେଉଛି ।

Comments (0)
Add Comment