ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ସ୍ବାମୀର ଆତ୍ମହତ୍ୟା

ବ୍ରହ୍ମପୁର – ପାରିବାରିକ କଳହ ର କରୁଣ ପରିଣତି l  ସ୍ତ୍ରୀ ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କେ . ରାମଚନ୍ଦ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ପାରିବାରିକ କଳହ କୁ କେନ୍ଦ୍ରକରି  କେ . ରାମଚନ୍ଦ୍ରପୁର ର ଏନ୍. ସୁବାଷ ରେଡ଼ୀ ତାଙ୍କ ପତ୍ନୀ ଏନ୍. ଯମୁନା ରେଡ଼ୀ ଙ୍କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ ପରେ ନିଜେ ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ସୂଚନା ଅନୁସାରେ କୌଣସି ଏକ ପାରିବାରିକ କାରଣ କୁ ନେଇ ଯମୁନା ଏବଂ ତାଙ୍କ ସ୍ୱାମୀ ସୁବାଷ ଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ କଥା କଟା କଟି ହୋଇଥିଲା l ପରେ ଏହା ଉଗ୍ର ରୂପ ନେବା ସହ ସୁବାଷ ଧାରୁଆ ଅସ୍ତ୍ରରେ  ନିଜ ସ୍ତ୍ରୀ ଉପରକୁ ଆକ୍ରମଣ କରିଥିଲେ l ଯମୁନା ଙ୍କ ବେକ, ମୁଣ୍ଡ, ମୁହଁ, ହାତ ରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଗୁରୁତର ହୋଇ ଘରେ ପଡି ରହିଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଧାରକରି ଚିକିତ୍ସା ନିମନ୍ତେ ଆସିକା ମେଡ଼ିକାଲ  ରେ ଭର୍ତି କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ ସ୍ତ୍ରୀ ଙ୍କୁ ଆକ୍ରମଣ କରିବା ପରେ ସୁବାଷ ନିଜେ ବାରି ଘରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ l ଦୀର୍ଘ ସମୟ ଧରି ସୁବାଷ ଘରୁ ବାହାରକୁ ନଆସିବା କାରଣରୁ ସାହି ପଡୋଶୀ ମାନେ ସୁବାଷ ଙ୍କୁ ଖୁଲନ୍ତା ଅବସ୍ଥାରେ ରହିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ l ଧରାକୋଟ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲକୁ ଆଣିଥିବା  ବେଳେ ଏନେଇ ମୃତକ ଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଘଟଣାରେ ଧରାକୋଟ ପୋଲିସ  ତଦନ୍ତ  ଜାରୀ ରଖିଛି l
Comments (0)
Add Comment