ଗଞ୍ଜାମ/ବୁଗୁଡ଼ା (ସ୍ବ.ପ୍ର): କନ୍ୟା ଘରୁ ବର ଘରକୁ ଗଡିଲା ଶଗଡ଼ ଗାଡି l ସେହି ଶଗଡ ଗାଡିରେ ବସିଛି ବଧୂ ହୋଇ ଯାଉଥିବା ନୂଆଁ କନିଆ l ବର ଗୃହରେ ପହଞ୍ଚିଲା ନୂତନ ବଧୂ। ବର୍ତମାନ ସମାଜରେ ଯୁବପିଢ଼ି ଦାମିକା ଗାଡି ଏବଂ ବ୍ୟୟ ବହୁଳ ବିବାହ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଥିବାବେଳେ ନିଜ ବିବାହକୁ ଚିର ସ୍ମରଣୀୟ ଏବଂ ପୂର୍ବଜ ମାନଙ୍କ ପୁରୁଣା ସଂସ୍କୃତି କୁ ମନେପକାଇବା ଉଦେଶ୍ୟରେ ନିଜର ନବ ବଧୂକୁ ସୁସଜିତ ଶଗଡ ଗାଡିରେ ନିଜ ଘରକୁ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଆନ୍ତରପଡା ଗ୍ରାମର ଯୁବକ ଶିବାନନ୍ଦ ଗୌଡ଼ l ଶିବାନନ୍ଦ କେନ୍ଦୁବାଡି ଗ୍ରାମର ସ୍ୱପ୍ନାରାଣୀ ଗୌଡ଼ଙ୍କୁ ବିବାହ କରିଥିବା ବେଳେ ଏହି ବିବାହ ଅନ୍ୟ ବିବାହ ଠାରୁ ରହିଛି ଭିନ୍ନ ପ୍ରକାରର l କାରଣ ବର୍ତ୍ତମାନ ସମୟରେ କନ୍ୟାମାନେ ଦାମିକା ଗାଡି ଦ୍ବାରା ଆସି ପ୍ରଥମ ଥର ଲାଗି ନିଜ ସ୍ୱାମୀଙ୍କ ଘର ଏରୁଣ୍ଢୀବନ୍ଧ ଡିଅନ୍ତି କିନ୍ତୁ ସେତେବେଳେ ସ୍ବପ୍ନlରାଣୀ ନିଜ ବାପା ଘରୁ ଶଗଡ଼ ଗାଡ଼ିରେ ବସି ସ୍ୱାମୀଙ୍କ ଘରେ ପହଞ୍ଚିବା ଥିଲା ତାଙ୍କପାଇଁ ନିଆରା ଅନୁଭବ l
ଶିବାନନ୍ଦ ନିଜ ବିବାହରେ ଦାମିକା ଗାଡିରେ କନିଆ ଆଣିବାର ସକ୍ଷମ ଥିଲେ ମଧ୍ୟ ଅନ୍ୟ ମାନଙ୍କ ଭଳି ଅଯଥା ବହୁ ବ୍ୟୟରେ ବିବାହ କରିବା ଠାରୁ ଦୁରେଇ ରହି ପୁରୁଣା ସଂସ୍କୃତି ଓ ପରମ୍ପରାକୁ ମନେ ପକାଇବା ଉଦ୍ଦେଶ୍ୟରେ ଶଗଡ ଗାଡିରେ ବଧୂକୁ ଆଣିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଶିବାନନ୍ଦଙ୍କ ଏହି ପ୍ରୟାସ ଯୁବ ପିଢ଼ିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି l ଏହି ପ୍ରୟାସକୁ ଅଞ୍ଚଳବାସୀ ବହୁ ପ୍ରଶଂସା କରିଥିବା ବେଳେ ଭବିଷ୍ୟତରେ ଏହା ଯୁବ ପିଢ଼ିଙ୍କୁ ନୂତନ ଦିଗ୍ ଦର୍ଶନ ହେବ ବୋଲି ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ମତ ବ୍ୟକ୍ତ କରିଛନ୍ତି l