ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ନେତାଙ୍କ ମାମଲା ଶୀଘ୍ର ତୁଟାଅ

Supreme Court's strict instructions to the High Court Solve the Politician's case quickly

ନୂଆଦିଲ୍ଲୀ,୯ା୧୧: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସାଂସଦ ଓ ବିଧାୟକଙ୍କ ବିରୋଧରେ •ଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରନ୍ତୁ । ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ମାମଲାକୁ ପ୍ରାଥମିକତା ଦିଆଯିବା ଉଚିତ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାକୁ ଶୀଘ୍ର ସମାଧାନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି, ୟୁନିଫର୍ମ ଗାଇଡଲାଇନ ଦେବା କଷ୍ଟସାଧ୍ୟ ହେବ । ମାମଲାଗୁଡ଼ିକର ମନିଟରିଂ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ଉପରେ ଛାଡିଛନ୍ତି । ହାଇକୋର୍ଟର ମୁଖ୍ୟ ବି•ରପତି ଏବେ ଏହି ମାମଲା ଉପରେ ନଜର ରଖିବେ । ସାଂସଦ ଓ ବିଧାୟକଙ୍କ ବିରୋଧରେ ବି•ରଧୀନ ଅପରାଧିକ ମାମଲାର ଶୀଘ୍ର ସମାଧାନ ଉପରେ ନଜର ରଖିବାକୁ ହାଇକୋର୍ଟ ମୁଖ୍ୟ ବି•ରପତିଙ୍କୁ ନିଜ ଆଡୁ ମାମଲା ରୁଜୁ କରିବାକୁ ପଡ଼ିବ । ବି•ରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଉପରେ ନଜର ରଖିବା ପାଇଁ ମୁଖ୍ୟ ବି•ରପତିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଆବଶ୍ୟକତା ଅନୁସାରେ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରିପାରିବେ ସ୍ୱତନ୍ତ୍ର ଖଣ୍ଡପୀଠ । ମାମଲାଗୁଡ଼ିକର ତ୍ୱରିତ ଓ ପ୍ରଭାବୀ ସମାଧାନ ପାଇଁ ହାଇକୋର୍ଟ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରିପାରିବେ ।

#dumanikhabar#highcourt#news#sc#supremecourt
Comments (0)
Add Comment