ୟୁ଼ଏଏସ୍ ପ୍ରଚଳନ ବ୍ୟବସ୍ଥାକୁ କୋକସରା ପ୍ରାଥମିକ ଶିକ୍ଷକ ସଂଘର ପ୍ରତିବାଦ

Koksara Primary Teachers' Association protests against the implementation of UAS

ଧର୍ମଗଡ, 1/8: ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନଥାଇ ୟୁଏଏସ୍, ଲାଗୁ କରିବା ବିଭାଗୀୟ ଦୁରଦୃଷ୍ଟିର ଅଭାବ ବୋଲି ଦାବି କରିଛି କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ । ପ୍ରକାଶ ଥାଉ କି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଓସେପା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ୟୁଏଏସ ପ୍ରଚଳନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ଯଥା ଶିକ୍ଷକ ନିଯୁକ୍ତି, ମୋବାଇଲ ଫୋନ ପ୍ରଦାନ, ନେଟ୍ ପ୍ୟାକ୍, କମ୍ପ୍ୟୁଟର ଶିକ୍ଷକ ନ ଯୋଗାଇବା ପର୍ଯ୍ୟନ୍ତ ୟୁଏଏସ ପ୍ରଚଳନ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁଁ ଦାବି କରାଯାଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ସାମ୍ପ୍ରତିକ ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିଶୁ ବାଟିକା ପାଇଁ ଶ୍ରେଣୀ ଗୃହ ଅଭାବ ଅଣ ଶିକ୍ଷାଦାନ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ଉପରେ ବୋଝ । ଏତବ୍ୟତୀତ ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ ସମୂହକୁ ଆକଳନ କଲେ ଜଣାଯାଏ ଯେ ସମଗ୍ର ରାଜ୍ୟରେ ୬୦% ବିଦ୍ୟାଳୟରେ ୪୦ରୁ ୫୦ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସରକାରୀ ନିୟମ ଅନୂଯାୟୀ ଅନ୍ୟୁନ ଗୋଟିଏ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହନ୍ତି । ଏଭଳି ମଧ୍ୟ ବିଦ୍ୟାଳୟ ଅଛି ଯେଉଁଥିରେ ୩୦୦ରୁ ୭୦୦ ପର୍ଯ୍ୟାନ୍ତ ମଧ୍ୟ ପିଲା ଅଛନ୍ତି । ସେଠାରେ ମଧ୍ୟ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ଏହି ପରିସ୍ଥିତିରେ ୟୁଏଏସ୍ ଲାଗୁ କରିବା ଆଦୌ ସମ୍ଭବ ନୁହେଁ । ଏଣୁ ନିବେଦନ ତୁରନ୍ତ ବିଭିନ୍ନ ବର୍ଗର ପଦବୀକୁ ପୂରଣ କରିବା ସହିତ ଶିକ୍ଷକମାନଙ୍କୁ ବୋଝମୁକ୍ତ କରାଇଲେ ୟୁଏଏସ୍ ତଥା ଶିଶୁ ବାଟିକା ବ୍ୟବସ୍ଥା ସାକାର ହୋଇପାରିବ । ଯେ ପର୍ଯ୍ୟନ୍ତ ଉପଯୁକ୍ତ ଭିତ୍ତିଭୂମି ନ କରାଯାଇଛି ୟୁଏଏସ୍ ବନ୍ଦ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ପୁନର୍ବାର ସରକାରଙ୍କୁ ଅନୁରୋଧ କରିଛନ୍ତି । ନରେତ ପରବର୍ତ୍ତୀ ସମୟରେ ଶିକ୍ଷକ ଅସନ୍ତୋଷ ଆନ୍ଦୋଳନରେ ରୂପ ନେବ ଏଥିରେ ସନ୍ଦେହ ନାହିଁ । କାର୍ଯ୍ୟକ୍ରମରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ବିଇଓଙ୍କ ଅନୁପସ୍ଥିତ ସ୍ଥଳେ ବିଆରସିସି ତୋଫାନ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Comments (0)
Add Comment