୧୧୪ ନୂଆ ରାଫେଲ କିଣିବା ପାଇଁ ଭାରତ ସରକାରଙ୍କୁ ବାୟୁସେନାର ପ୍ରସ୍ତାବ

Air Force proposes to Indian government to buy 114 new Rafales

ଦିଲ୍ଲୀ : ଭାରତୀୟ ବାୟୁସେନା ଏହି ସପ୍ତାହରେ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ରିପୋର୍ଟ ଆସିଛି ଯେ ଭାରତ ମଧ୍ୟ ରୁଷର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏସୟୁ-୫୭ ଉପରେ ନଜର ରଖିଛି । ଏକ ରୁଷୀୟ ଦଳ ଖୁବ୍ ଶୀଘ୍ର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ର ନାସିକ ପ୍ଲାଣ୍ଟ ପରିଦର୍ଶନ କରିବାକୁ ଯାଉଛି । ୧୧୪ ଯୁଦ୍ଧବିମାନ କ୍ରୟ ନିମନ୍ତେ ବାୟୁସେନା ରକ୍ଷା ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଇ ଦେଇଛି । ଏବେ ଏହା ଉପରେ ପ୍ରତିରକ୍ଷା ଓ ଅର୍ଥମନ୍ତ୍ରାଳୟ ସମେତ ଅନ୍ୟ ବିଭାଗ ବିଚାର କରିବେ । ଏହା ପରେ ଏହାକୁ ରକ୍ଷା କ୍ରୟ ବୋର୍ଡ (ଡିପିବି) ନିକଟକୁ ପହଞ୍ଚିବ । ଏହା ପରେ ଅଧିଗ୍ରହଣ ପରିଷଦ (ଡିଏସି) ଏହା ଉପରେ ବିଚାର କରିବା ପରେ ଔପଚାରିକ ଡିଲରେ ସ୍ୱାକ୍ଷର ହେବ । ଫରାସୀ କମ୍ପାନୀ ଡାସଲ୍ଟ ଏଭିଏସନ ରାଫେଲର ଆଡଭାନ୍ସ ଭାରିଆଣ୍ଟ ଏଫ-୪ ଉପସ୍ଥାପନ କରିଛି । ସୁପର ରାଫେଲରେ ଉନ୍ନତ ରାଡାର, ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ ଓ ନେଟୱାର୍କ ସେଣ୍ଟ୍ରିକ୍‌ ୱାରଫେୟାର କ୍ଷମତା ରହିଛି । ଏଥିରେ ସାଟେଲାଇଟ୍‌ କମ୍ୟୁନିକେସନ ଓ ନୂଆ ୱିପନ ସିଷ୍ଟମ ଯୋଡା ଯାଇଛି । ଏହାକୁ ପଞ୍ଚମ ପିଢୀର ଫାଇଟର ଜେଟ୍‌ ପାଖାପାଖି ବିଚାର କରାଯାଉଛି ହେଲେ ଏହା ସମ୍ପୂର୍ଣ୍ଣ ‘ଷ୍ଟିଲଥ୍‌’ ଟେକ୍ନିକର ନୁହେଁ । ଏଫ-୪ ଜେଟ୍‌ ରୁ ଭାରତୀୟ ବାୟୁସେନାକୁ ୬- ୭ଟି ନୂଆ ସ୍କ୍ୱାଡ୍ରନ ମିଳିଯାଇପାରେ । ଏବେ ଭାରତରେ
ରାଫେଲର ମାତ୍ର ୨ଟି ସ୍କ୍ୱାଡ୍ରନ ରହିଛି । ରୁଷ ଭାରତକୁ ସୋର୍ସ କୋଡ୍ ସହିତ ଏସୟୁ-୫୭ ଷ୍ଟିଲ୍ଥ ଫାଇଟର ଜେଟ୍ ର ୧୦୦% ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି । ରୁଷୀୟ ପ୍ରସ୍ତାବରେ କୁହାଯାଇଛି ଯେ ଯଦି ଭାରତ ରାଜି ହୁଏ, ତେବେ ଝଙ୍କ୫୭ ର ଉତ୍ପାଦନ ସେହି ହାଲ ପ୍ଲାଣ୍ଟରେ ମଧ୍ୟ ଆରମ୍ଭ ହୋଇପାରିବ ଯେଉଁଠାରେ ଝଟ-୩୦ ଗକଓ ଉତ୍ପାଦନ କରାଯାଏ । ଭାରତୀୟ ବାୟୁସେନାର ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ୪୦ ରୁ ୬୦ ଟି ଝଟ-୫୭ ଷ୍ଟିଲ୍ଥ ଫାଇଟର ଜେଟ୍ ପାଇଁ ରୁଷ ସହିତ ଏକ ଚୁକ୍ତି କରିପାରେ ଏବଂ ଏହାର ଉତ୍ପାଦନ ଭାରତରେ କରାଯାଇପାରିବ । ଭାରତର ପ୍ରତିରକ୍ଷା ସଚିବ ଆରକେ ସିଂହ ସମ୍ପ୍ରତି କହିଥିଲେ ଯେ ଏକ ବନ୍ଧୁ ଦେଶ ସହିତ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି ବିଚାରାଧୀନ ଅଛି । ଭାରତ ୨୦୧୬ ମସିହାରେ ଫ୍ରାନ୍ସରୁ ୩୬ଟି ରାଫେଲ ଏଫ-୩ଆର କ୍ରୟ ନିମନ୍ତେ ପାଖାପାଖି ୫୯ ହଜାର କୋଟି ଟଙ୍କାର ଡିଲ କରିଥିଲା । ଏହି ଫାଇଟର ଜେଟ୍ ୨୦୨୦ ମସିହାରୁ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ଭାରତ ନିମନ୍ତେ ଏଥିରେ ୧୩ଟି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି । ଚୀନ୍ ସହିତ ୨୦୨୦ ଲଦ୍ଦାଖ ବିବାଦ ସମୟରେ ରାଫେଲକୁ ମୁତୟନ କରାଯାଇଥିଲା । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ କରିବା ପାଇଁ ରାଫେଲକୁ ବ୍ୟବହାର କରାଯାଇଥିଲା ।

Comments (0)
Add Comment