ଭୁବନେଶ୍ୱର, : ଏକ ଓଡ଼ିଆ ଖବର ଚ୍ୟାନେଲର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି । ଭୁବନେଶ୍ୱର ଏସଜିଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକ ୧୪ ଦିନିଆ ବି•ର ବିଭାଗୀୟ ହାଜତକୁ ଯାଇଛନ୍ତି । ଏହି ସମୟ ମଧ୍ୟରେ ସେ ଝାରପଡ଼ା ଜେଲରେ ରହିବେ । ଏହି ମାମଲାରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆସନ୍ତା ୬ ତାରିଖ ଦିନ ପୁନଃ ଶୁଣାଣି ହେବ । ସରକାରୀ ଓକିଲ ଏହି ସୂଚନା ଦେଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ କମିସନରେଟ୍ ପୁଲିସ ଶନିବାର ଗିରଫ କରିଥିଲା । ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ୱର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ପରେ ଅଭିଯୁକ୍ତ ଶ୍ରୀ ନାୟକଙ୍କୁ କୋର୍ଟରେ ହାଜର କରିଥିଲା । ଶୁକ୍ରବାର ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ •ପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଂଗିନ ଅଭିଯୋଗ ଆସିବା ପରେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ପୁଲିସ କେସ୍ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଥିଲା । ଅଭିଯୋଗରେ ଦର୍ଶାଯାଇଛି ଯେ, ଅପରାହ୍ଣ ପାଖାପାଖି ୧୨.୩୦ ସମୟରେ ଦେବସ୍ମିତା ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଖାରବେଳନଗରସ୍ଥିତ ସ୍ୱାତୀ ସିନେମା ହଲକୁ ଯାଇଥିଲେ । ସେମାନେ ଗେଟ୍ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଟୁଟୁ ହଲରୁ ବାହାରି ସେମାନଙ୍କ ନିକଟକୁ ଆସିଥିଲେ । ଦେବସ୍ମିତା କିଛି ବୁଝିବା ପୂର୍ବରୁ ଟୁଟୁ ତାଙ୍କ ଗାଲକୁ •ପୁଡ଼ା ମାରିଥିଲେ । ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍ ଓ ମୋବାଇଲ୍ ଖସି ତଳେ ପଡ଼ିଥିଲା । କାହିଁକି •ପୁଡ଼ା ମାରିଲ ବୋଲି ପ•ରିବାରୁ ଟୁଟୁ ରାଗିଯାଇ ତାଙ୍କୁ ଗାଳି କରିବା ସହ ପୁଣି ତାଙ୍କ ପିଠିକୁ ଦୁଇ •ପୁଡ଼ା ମାରିଥିଲେ । ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ପ୍ରତିନିଧିମାନେ ଚକିତ ହୋଇ ପଡ଼ିଥିଲେ । ବୁମ୍ ଓ ମୋବାଇଲ୍ ଉଠାଇ ଦେବସ୍ମିତାଙ୍କୁ ଦେବା ସହ ସେମାନେ ଥାନାକୁ ଯାଇଥିଲେ । ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏସବୁ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ମହିଳା କମିସନ ହସ୍ତକ୍ଷେପ କରିଛନ୍ତି । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା କରିଛନ୍ତି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ କମିସନରଙ୍କୁ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଛି । ଏହା ସହ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ । ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।