୬ରୁ ବିଏସକେୱାଇ ନବୀନ କାର୍ଡ ପଞ୍ଜୀକରଣ

Registration of BSKY Naveen Card from 6

ଭୁବନେଶ୍ୱର, : ଆସନ୍ତା ଜାନୁଆରୀ ୬ ତାରିଖରୁ ବିଏସକେୱାଇ ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ଜାନୁଆରୀ ୧୬ ତାରିଖ ଯାଏଁ ଖୋଲା ରହିବ ଅନଲାଇନ୍‌ ପୋର୍ଟାଲ। ଯେଉଁ ହିତାଧିକାରୀ ବିଏସକେୱାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ। ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଯୋଗ୍ୟ ବିବେଚିତ ହେବେ ନାହିଁ। ଅନଲାଇନ ପଞ୍ଜୀକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆହ୍ୱାନ ଦିଆଯାଇଛି । ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ଅର୍ଥାତ କ୍ରିଟିକାଲ ରୋଗଗୁଡିକ ଲାଗି ଦେୟମୁକ୍ତ ଚିକିତ୍ସା ପାଇପାରିବେ। ବିଏସକେୱାଇ ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ରହିଛି । ହିତାଧିକାରୀମାନେ ଆସନ୍ତା ମେ ୧ତାରିଖଠାରୁ ଏହି ସୁବିଧା ପାଇବେ। ହିତାଧିକାରୀମାନେ ଡବ୍ଲୁଡବ୍ଲୁଡବ୍ଲୁ.ବିଏସକେୱାଇ ନବୀନ.ଓଡିଶା.ଜିଓଭି.ଇନ୍‌ ପୋର୍ଟାଲରେ ଆବେଦନ କରିପାରିବେ।

#5t#bhubaneswar#bjd#dumanikhabar#latestnews#localnews#nabinpattnaik#newsOdisha
Comments (0)
Add Comment