\”ୱାର୍‌-୨\’ର ନୂଆ ପୋଷ୍ଟର୍ ରିଲିଜ୍‌

ମୁମ୍ବାଇ,: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର୍ ଷ୍ଟାରର୍ ବହୁପ୍ରତୀକ୍ଷିତ ଫିଲ୍ମ \”ୱାର୍‌-୨\’ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନଟିଆରଙ୍କୁ ଦମ୍‌ଦାର ଆକ୍ସନ୍‌ ମୋଡରେ ଦେଖିବାକୁ ମିଳିଛି । ନିର୍ମାତାଙ୍କ ଦାବି, \”ୱାର୍‌-୨\’ ଏ ବର୍ଷର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ହେବ । ପୋଷ୍ଟରରେ ହ୍ରିତିକ ଖଣ୍ଡା ସହିତ ଆକ୍ସନ୍ ମୋଡରେ ଅଛନ୍ତି । ଜୁନିୟର୍ ଏନଟିଆରଙ୍କ ଭୟଙ୍କର ଲୁକକୁ ଫ୍ୟାନ୍ ଖୁବ୍ ପସନ୍ଦ କରୁଛନ୍ତି । କିଆରା ମଧ୍ୟ ବନ୍ଧୁକ ସହିତ ହଟକେ ଅନ୍ଦାଜରେ ଅଛନ୍ତି । ପୋଷ୍ଟର୍ ରିଲିଜ୍ ସହିତ ଫିଲ୍ମକୁ ନେଇ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି । ଏ ସପ୍ତାହ ଶେଷ ସୁଦ୍ଧା ଫିଲ୍ମର ଟ୍ରେଲର୍ ଲଞ୍ଚ ହେବ ବୋଲି ଅନୁମାନ କରାଯାଉଛି । ଜୁନିୟର ଏନଟିଆର୍‌ \”ୱାର୍‌-୨\’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଆସନ୍ତା ଅଗଷ୍ଟ ୧୪ ତାରିଖରେ ଏହା ହିନ୍ଦୀ, ତେଲୁଗୁ
ଓ ତାମିଲ ଭାଷାରେ ମୁକ୍ତିଲାଭ କରିବ । ଏହା ୟଶରାଜ ଫିଲ୍ମସ୍‌ ସ୍ପାଇ ୟୁନିଭର୍ସର ପ୍ରୋଜେକ୍ଟ, ଯେଉଁଥିରେ \”ଏକ୍ ଥା ଟାଇଗର\’, \”ୱାର୍‌\’ ଓ \”ପଠାନ୍‌\’ ଭଳି ଫିଲ୍ମ ନିର୍ମିତ ହୋଇଛି । \”ୱାର୍‌\’ର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ ଆନନ୍ଦ । ସିକ୍ୱେଲର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆୟାନ ମୁଖାର୍ଜୀ । ଫିଲ୍ମରେ ହ୍ରିତିକ ମେଜର୍‌ କବୀର ଧାଲୀୱାଲ ଭୂମିକାରେ ପୁଣି ଥରେ ପରଦାକୁ ଫେରିବେ ।

Comments (0)
Add Comment