ଅତାବିରା,: ବରଗଡ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଇତିହାସରେ ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ଏକ ଅମାନୁଷିକ ଘଟଣା ଘଟାଇଛି ଜଣେ ନିଶାସକ୍ତ ଶିକ୍ଷକ । ୨୨ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ନିଜ ଜୋତା
ରେ ମାଡ଼ ମାରିବା ଘଟଣା ଅଞ୍ଚଳରେ ·ଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ
ଅନ୍ତର୍ଗତ ଠାକୁରଦିଆ ପ୍ରାଥମିକ ବିଦ୍ୟାଳୟର ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସହକାରୀ ଶିକ୍ଷକ ପଦ୍ମଲୋଚନ ମୁନା ଅମାନୁଷିକ
ଭାବେ ମାଡ଼ ମାରିଛନ୍ତି ଛାତ୍ରଛାତ୍ରୀଙ୍କୁ ଆଘାତ ଦେଇଛନ୍ତି । ଘଟଣାର ଖବର ପାଇ ଅଭିଭାବକ ମାନେ ଝାରବନ୍ଧ ବ୍ଲକ
ଶିକ୍ଷା ଅଧିକାରୀ ଶୁଭମ କୁମାର ପତିଙ୍କୁ ଯୋଗାଯୋଗ କରିଥିଲେ । ତୁରନ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପତି ଘଟଣା
ଘଟି ଥିବା ବିଦ୍ୟାଳୟକୁ ଆସି ପୋଲିସରେ ଜଣାଇଥିଲେ । ପୋଲିସ ଓ ଶିକ୍ଷା ବିଭାଗର ଅଧିକାରୀଙ୍କ ଉପସ୍ଥିତି ରେ ସେହି ଛୋଟ ଛୋଟ ପିଲାମାନଙ୍କର ଚିକିତ୍ସା କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଏହି ଚିକିତ୍ସା ପ୍ରକ୍ରିୟା ·ଲୁଥିବା ମଧ୍ୟରେ ଅଭିଯୁକ୍ତ ଶ୍ରୀ ମୁନା ପଳାୟନ କରିଥିବା ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି । ଡାକ୍ତରୀ ରିପୋଟ ସହିତ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପତି କହିଛନ୍ତି । ଅନ୍ୟ ପଟେ ଝାରବନ୍ଧ ବ୍ଲକରେ ଏହି ଘଟଣା ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାନବ ଅଧିକାର କମିଶନ, ବରଗଡ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବିୀ ହେଉଛି ।