ମୋ ସ୍କୁଲ ଯୋଜନାରେ ଅର୍ଥ ହେରଫେର ଅଭିଯୋଗ

ମୋ ସ୍କୁଲ ଯୋଜନା ରେ ଅର୍ଥ ହେରଫେର ଅଭିଯୋଗ । ଚଞ୍ଚକତାର ସହ ବ୍ୟାଙ୍କ ଖାତା ରେ ୫ ହଜାର କୁ ୫୦ ହଜାର ଦର୍ଶାଇ ଏକ ଲକ୍ଷ ଟଙ୍କା ଚଳୁ କରିଦେଲେ ପ୍ରଧାନ ଶିକ୍ଷକ । ଏଭଳି ସାଂଘାତିକ ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକ ସ୍ଥିତ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣାଙ୍କ ନାଁରେ ଆସିଛି । ସୂଚନାମୁତାବକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଯୋଜନା ରେ ପୁରୁତନ ଛାତ୍ରଛାତ୍ରୀ ଙ୍କ ନିକଟରୁ ୫୦ହଜାର ଟଙ୍କା ଆଦାୟ କରାଯାଇଥିଲା । ଏହି ଟଙ୍କା କୁ ଚାରିଛକ SBI ବ୍ୟାଙ୍କ ଜମା ଖାତା ରେ ୫୦ହଜାର ଟଙ୍କା ଜମା ପାଇଁ ନିଷ୍ପତ୍ତି ହେଇଥିଲା । କିନ୍ତୁ ପ୍ରଧାନ ଶିକ୍ଷକ ଶିକ୍ଷକ ଜଣକ ଆଉ ବ୍ୟାଙ୍କ ରେ ୫୦ହଜାର ଟଙ୍କା ଜମା କରିନଥିଲେ । ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ଉକ୍ତ ଜମା ଖାତାରେ ଥରେ ୫ହଜାର ଏବଂ ଆଉଥରେ ୧୨ ହଜାର ଟଙ୍କା ଏଭଳି ଭାବେ ସମୁଦାୟ ୧୭ହଜାର ଟଙ୍କା ଜମା କରିଥିଲେ। ତେବେ ପ୍ରଧାନ ଶିକ୍ଷକ ନିର୍ମଳ ରଣା ବ୍ୟାଙ୍କରେ ପ୍ରଥମେ ଡିପୋଜିଟ ହୋଇଥିବା ୫ହଜାର ଟଙ୍କାର ସ୍ଲିପକୁ ଚଞ୍ଚକତା କରି ୫୦ହଜାର ଟଙ୍କା ଦର୍ଶାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରୀଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୋ ସ୍କୁଲ ଯୋଜନାରେ ଏହାର ଦ୍ୱି ଗୁଣା ଅର୍ଥାତ ୧ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ପାଇଁ ପଠାଇଥିଲେ । ଅନ୍ୟପଟେ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାଙ୍କ ଜମା ଖାତା ଚେକ ନକରି ସେହି ଆକାଉଣ୍ଟ କୁ ଗତବର୍ଷ ମାର୍ଚ୍ଚ ମାସ ୩ତାରିଖ ରେ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଯାହାର ତଥ୍ୟ ଆମ ହାତରେ ଲାଗିଛି । ଅନ୍ୟପଟେ ମୋ ସ୍କୁଲ ଜମାଖାତାରେ ଗୋଟିଏ ଥର ବି ୫୦ହଜାର ଟଙ୍କା ଜମା ହୋଇନଥିବା ବ୍ୟାଙ୍କ ଷ୍ଟେଟମେଂଟ ଏବଂ ବ୍ୟାଙ୍କ କତୃପକ୍ଷ ସ୍ପଷ୍ଟ କରିଛନ୍ତି । ମାତ୍ର ଟଙ୍କା ଜମା ନ କରି କିଭଳି ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ-ସ୍କୁଲ ବ୍ୟାଙ୍କ ଜମାଖାତାକୁ ଏକ ଲକ୍ଷଟଙ୍କା ଆସିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥଲା। ପରବର୍ତ୍ତୀ ସମୟରେ ଏହି ଏକ ଲକ୍ଷ ଟଙ୍କା କୁ ମୋ ସ୍କୁଲ ସଭାପତି ଙ୍କ ଚେକ ରେ ଦସ୍ତଖତ ନକଲ କରିବା ସହ ସଭ୍ୟ ସଭ୍ୟା ମାନଙ୍କ ନକଲି ଦସ୍ତଖତ କରି ବ୍ୟାଙ୍କ ରୁ ଚେକ ଜରିଆରେ ଟଙ୍କା ଉଠଣା କରି ପ୍ରଧାନ ଶିକ୍ଷକ ଅର୍ଥ ହରିଲୁଟ କରୁଥିବା ବେଳେ ସମସ୍ତ ଅର୍ଥ ତାଙ୍କ ସମ୍ପର୍କୀୟ ଙ୍କ ଜମା ଖାତା କୁ ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ଏହା ଜଣା ପଡିବା ପରେ କିଭଳି ବିନା ବୈଠକ ବିନା ରିଜେଲୁସନ ରେ ଆମେ ଦସ୍ତଖତ ନକଲ କରି ପ୍ରଧାନ ଶିକ୍ଷକ ଟଙ୍କା ଉଠାଉଥିଲେ କମିଟି ଅଭିଯୋଗ କରିଥିବା ବେଳେ ଏଭଳି ଶିକ୍ଷକ ଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଭ୍ୟ ସଭ୍ୟାମାନେ ଦାବି କରିଛନ୍ତି । ଶିକ୍ଷା ବିଭାଗ ରେ ଏତେ ବଡ ଘୋଟଲା ହେଲା କିନ୍ତୁ ବ୍ଲକ ଶିକ୍ଷାଧିକାରୀ ଜାଣି ପାରିଲେନି କିଭଳି । ନା ସବୁ ଜାଣି ନିଦାବିଷ୍ଣୁ ସାଜି ବସିଛି ବ୍ଲକ ଶିକ୍ଷା ଅଧିକାରୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଟି ହୋଇଛି ।

Comments (0)
Add Comment