ଚିନ୍ତା ବଢାଇଲା କରୋନା : ଓଡିଶାରେ ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନୂଆ ଚିନ୍ତା ସୃଷ୍ଟି କରିଛି । ବିଭାଗର ସୂଚନା ଅନୁସାରେ, ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର । ସେହିପରି ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା । ସଂକ୍ରମିତମାନଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ସେମାନେ ଆଉ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତା\’ର ଯାଞ୍ଚ କରାଯାଉଛି । କରୋନା ପ୍ରତି ସତର୍କ ଆତଙ୍କିତ ନ ହେବାକୁ କହିଛନ୍ତି । ବିଶେଷ କରି ଲକ୍ଷଣ ଦେଖାଯାଉଥିବା ଲୋକମାନେ ବେଶୀ ସତର୍କ ରହିବା ଦରକାର ବୋଲି ସେମାନେ ମତ ରଖିଛନ୍ତି । ଯଦିଓ ସଂକ୍ରମିତଙ୍କ ସଂଖ୍ୟା ବେଶ କମ ତଥାପି ସରକାର ବେଶ ଗୁରୁତ୍ୱର ସହ ସ୍ଥିତିକୁ ସମୀକ୍ଷା କରୁଥିବା ଜଣାପଡ଼ିଛି । ଏହାପୂର୍ବରୁ ମେ\’ ୨୨ରେ ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦୀର୍ଘ ୨.୫ ବର୍ଷ ପରେ ରାଜ୍ୟରେ କରୋନା ଭାଇରାସ ଠାବ କରାଯାଇଥିଲା । ସଂକ୍ରମିତ ବ୍ୟକ୍ତି ଜଣଙ୍କ ନିକଟରେ ଦିଲ୍ଲୀରୁ ଭୁବେଶ୍ୱର ଆସିଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କ ଅବସ୍ଥା ସ୍ଥିର ରହିଥିଲେ ହେଁ ସେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ରହିଛନ୍ତି । ତେଣୁ ପ୍ରତିଶେଧକ ବ୍ୟବସ୍ଥା ସ୍ୱରୂପ ତାଙ୍କୁ ଭୁବନେଶ୍ୱରର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂରା ବିଶ୍ୱରେ କରୋନା ମହାମାରୀ ବ୍ୟାପୀ ଥିବା ବେଳେ ୨୦୨୦ ମାର୍ଚ୍ଚ ୧୬ରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କିନ୍ତ

Comments (0)
Add Comment