ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଗ୍ଲେନ୍ ମାକ୍ସୱେଲ

Glenn Maxwell announces retirement from one-day cricket

ନୂଆଦିଲ୍ଲୀ, ୨ା୬ : ଅପ୍ରତ୍ୟାଶିତ ଢଙ୍ଗରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ । ଟି-୨୦ କ୍ରିକେଟ ଉପରେ ଫୋକସ କରିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ୨୦୨୬ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ । ଏଥିପାଇଁ ମ୍ୟାକ୍ସୱେଲ ଏବେଠାରୁ ପ୍ରସ୍ତୁତ ହେବାକୁ ·ହୁଁଥିବା କହିଛନ୍ତି । ମ୍ୟାକ୍ସୱେଲ ଶେଷ ଥର ପାଇଁ ଦିନିକିଆ କ୍ରିକେଟ ·ମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିଥିଲେ । ଅଷ୍ଟ୍ରେଲିଆ ·ମ୍ପିୟନ୍ସ ଟ୍ରଫିର ସେମି ଫାଇନାଲରୁ ବିଦାୟ ନେଇଥିଲା । ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ପାଇଁ ୧୪୯ଟି ଦିନିକିଆ ମ୍ୟାଚ୍ ଖେଳି ୩୯୯୦ ରନ କରିଛନ୍ତି । ତାଙ୍କ ବ୍ୟାଟିଂ ହାର ୩୩.୮୧ ରହିଥିଲା । ଏହା ମଧ୍ୟରେ ୪ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ରହିଛି । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ମ୍ୟାକ୍ସୱେଲ ଦିନିକିଆ କ୍ରିକେଟରେ ୭୭ଟି ୱିକେଟ ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ବ୍ୟାଟରଙ୍କୁ ମାତ ଦେବାରେ ସକ୍ଷମ ହେଉଥିଲେ । ୩୬ ବର୍ଷୀୟ ମ୍ୟାକ୍ସୱେଲ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଦିନିକିଆକୁ ଅଲବିଦା କହିଛନ୍ତି । ସେ ବିଗ ବାଶ ଲିଗ ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଟି-୨୦ ଲିଗରେ ନଜର ଆସିବେ । ମ୍ୟାକ୍ସୱେଲ ଅଷ୍ଟ୍ରେଲିଆର ୨୦୧୫ ଓ ୨୦୨୩ ଦିନିକିଆ ବିଶ୍ୱକପ ଜିତିଥିବା ଦଳରେ ଥିଲେ । ଉଭୟ ବିଶ୍ୱକପରେ ତାଙ୍କ ବ୍ୟାଟରୁ ଜବରଦସ୍ତ ରନ ବାହାରିଥିଲା । ୨୦୨୩ ବିଶ୍ୱକପରେ ସେ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ଅପରାଜିତ ୨୦୧ ରନର ଇନିଂସ ଏବେ ବି ସମସ୍ତଙ୍କର ମନେ ଅଛି । ଆହତ ସମସ୍ୟା ସତ୍ତେ୍ୱ ସେ ୧୨୮ ବଲରେ ୨୧ଟି ଚୌକା ଓ ୧୦ଟି ଛକା ବଳରେ ଅପରାଜିତ ୨୦୧ ରନ କରିଥିଲେ । ଦିନିକିଆ କ୍ରିକେଟ ଦ୍ୱିତୀୟ ଇନିଂସ ଶତକ ହାସଲ କରିବାରେ ମ୍ୟାକ୍ସୱେଲ ବିଶ୍ୱର ପ୍ରଥମ କ୍ରିକେଟର ବନିଥିଲେ । ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ୨୯୨ ରନର ପିଛା କରୁଥିବା ବେଳେ ୭ ୱିକେଟ ହରାଇ ୯୧ ରନ କରିଥିଲା । ଏହି ସମୟରେ ମ୍ୟାକ୍ସୱେଲ ୨୦୧ ରନର ଇନିଂସ ଖେଳି ଦଳକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଥିଲେ । ୨୦୨୩ରେ ମ୍ୟାକ୍ସୱେଲ ନେଦରଲ୍ୟାଣ୍ଡସ ବିପକ୍ଷରେ ୪୦ ବଲରେ ଶତକ ହାସଲ କରି ବିଶ୍ୱକପରେ ଦ୍ରୁତତମ ସେଞ୍ଚୁରୀଧାରୀ ହେବାର ରେକର୍ଡ କରିଥିଲେ ।

Comments (0)
Add Comment