ମୂଖ୍ଯମନ୍ତୀ ମୋହନଚରଣ ମୀଝି ଦିନିକିଆ ଗଞ୍ଜାମ ଗ୍ରସ୍ଥ

ବ୍ରହ୍ମପୁର ମୂଖ୍ଯମନ୍ତୀ ମୋହନଚରଣ ମୀଝି ଦିନିକିଆ ଗଞ୍ଜାମ ଗ୍ରସ୍ଥରେ ଆସି  ପୁରୁଷୋତ୍ତମପୁର ବ୍ଲକ ଗାଙ୍ଗଦହଣୀ ସରକାରୀ ଉନନ୍ନିତ ଉଚ୍ଚବିଦ୍ଯାଳୟର ଶତବାର୍ଷିକି ଉସବରେ ଯୋଗଦେଇଛନ୍ତି | ଏହି ଅବସରରେ ସେ ଶ୍ରେଣୀକକ୍ଷକୁ ଯାଇ କୁନି କୁନିଛାତ୍ରୀଛାତ୍ରଙ୍କସହ ବସି ସମୟବିତାଇ ଭାବର ଆଦାନପ୍ରଦାନ କରିଥିଲେ | ଓ ପାଠପଢି ସମାଜରେ ଭଲମଣିଷଟିଏ ହେବାକୁ କହି ମୋବାଇଲ  ଦେଖିବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇ ବିଭିନ୍ନ ଉପଦେଶମାନଦେଇଥିଲେ | ଏହାସହ ଅନୁଷ୍ଟିତ ସଭାରେ ଯୋଗଦେଇ ଓଡିଶାର ବିକାଶର ଗାଥା କହିବାସହ ଏହି ଶହେବର୍ଷର ବିଦ୍ଯାଳୟକୁ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ଯାଳୟର ମାନ୍ଯତା ଦେବାକୁ ଘୋଷଣା କରିଥିଲେ | ଏହାସହ ଗତ ସରକାରର ୨୪ ବର୍ଷର ମୂଖ୍ଯମନ୍ତୀଙ୍କ ଏହି ଗଞ୍ଜାମଜିଲ୍ଲାରେ ବିକାଶର ସ୍ବପ୍ନ ହୋଇପଡିଛି | କୌଣି ବିକାଶ ହୋଇନଥିବା ବେଳେ ପ୍ରଶିଦ୍ଧ ତାରାତାରିଣୀ ମନ୍ଦିର ଅଧପନ୍ତରିଆ ଭାବେ ପଡିରହଛି | ଏଣୁ ଏହି ଅବହେଳିତ ଗଞ୍ଜାମଜିଲ୍ଲାର ବିକାଶ କରାଯିବ | ଜଳସେଚନର ସୁବିଧା ଲାଗି ପ୍ରାଧାନ୍ଯଦେଇ ଚେକଡେମ,ଆନିକଟ ଆଦି ବିଭିନ୍ନ ଯୋଜନା କରି ଗଞ୍ଜାମଜିଲ୍ଲାକୁ ଶଶ୍ଯଶାମଳା କରାଯିବା ଲାଗି ପଦକ୍ଷେପ ନିଆଯିବ ଏହା ସହ ବ୍ରହ୍ମପୁର ବଡମେଡକାଲର ବିକାଶ ସହ ସମସ୍ତ ମେଡିକାଲର ବିକାଶ କରି ଲୋକଙ୍କୁ ଉତ୍ତମ ସେବାଯୋଗାଇ ଦିଆଯିବାର ନେଇକହିଛନ୍ତି| ଏଥିରେ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଯେନା,ମସ୍ଯଓପଶୁସମ୍ପଦ ମନ୍ତୀ ଗୋକୁଳାନନ୍ଦ ମଲ୍ଲିକ,ଆସିକା ସାସଂଦ ଅନିତାଶୁଭଦର୍ଶନୀ,ଖଲ୍ଲିକେଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ,କବିସୂର୍ଯ୍ଯନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରା,ଛତ୍ରପୁର ବିଧାୟକ କ୍ରୁଷ୍ଣଚନ୍ଦ୍ର ନାୟକ, ସୋରଡା ବିଧାୟକ ନିଳମଣି ବିଷୋଇ, ଆସିକା ବିଧାୟକ ସରୋଜ ପାଢି, ଦିଗପହଣ୍ଡି ବିଧାୟକ ଶିଦ୍ଧାନ୍ତ ମହାପାତ୍ର,ଗଞ୍ଜାମଜିଲ୍ଲାପାଳ ଦିବ୍ଯଜୋତି ପରିଡା, ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁକମ୍ପା କାନୁନଗୋ ମଞ୍ଚାସିନ ଥିବାବେଳେ ସମସ୍ତ ପ୍ରଶାସନିକ ଅଧିକାରୀ  ଓ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ର ଓ ଜନସାଧାରଣ ମାନେ ଉପସ୍ଥିତଥିଲେ | ଏହି ଅବସରରେ  କ୍ରୁତି ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ର ମାନଙ୍କୁ ମୂଖ୍ଯମନ୍ତୀ  ସମ୍ବର୍ଦ୍ଧିତ କରିଥିଲେ |

Comments (0)
Add Comment