ଆଈ କୋଳରୁ ହୋଇଥିଲା ଅପହୃତ..ଉଦ୍ଧାର କଲା ପୋଲିସ

She was abducted from grandma's arms..the police rescued her

0 200

ଦେବଗଡ଼ (ବିବେକାନନ୍ଦ ସାହୁ ) ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁକୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ। ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର କରିଥିଲେ। ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା। ଏବେ ଦେବଗଡ଼ ପୁଲିସ ପିହୁକୁ ଆଣିବା ଲାଗି ବଡ଼ଗାଁକୁ ଯାଉଛି।

Leave A Reply

Your email address will not be published.