କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିବସ ପାଳିତ

0 183

ଭବାନୀପାଟଣା,୧୬/୧୦ : ସାଢେ ଚାରିକୋଟି ଓଡିଆଙ୍କ ମଉଡମଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଶୁଭ ଜନ୍ମ ଦିବସରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ତରଫରୁ ଅବସରପ୍ରାପ୍ତ ଭବାନୀପାଟଣା ପୌରପାଳିକା ମହିଳା ସଫେଇ କର୍ମଚାରୀ ମାନଙ୍କୁ ଯୁବ ଓ ଛାତ୍ର ବିଜେଡି ତରଫରୁ ସାମାଜିକ ଦୂରତା ରଖି ସମ୍ମାନିତ କରାଯିବା ସହ ସାଢୀ, ସାବୁନ ଓ ମାସ୍ଟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ,  ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଯୁବନେତା ଦିନେଶ ବଗର୍ତୀ, କ୍ଷୀରସିନ୍ଧୁ ନାଏକ, ହାରୁନ ମହମ୍ମଦ, ଲବଣୀ ମହାନନ୍ଦ, ଅମିତ ଯାଦବ, ରଘୁ ବେହେରା, ମହମ୍ମଦ ଇସମାଇଲ, ମୁନା ବେହେରା, ମହମ୍ମଦ ମୋସିମ ପ୍ରମୁଖ ଯୋଗଦେଇ ଥିଲେ ।

Leave A Reply

Your email address will not be published.