କୋରାପୁଟ ମେଡ଼ିକାଲ କଲେଜ ରେ ଭୁଲ ଇଂଜେକସନ ରେ ମୃତ୍ୟୁ ଘଟଣା, ବିଜେଡି ଦଳ ପକ୍ଷରୁ  ଆର୍ଥିକ ସହାୟତା ପ୍ରଦାନ

0 67
ଧର୍ମଗଡ : କୋରାପୁଟ ମେଡ଼ିକାଲ କଲେଜ ରେ ଜଣେ କାର୍ଯ୍ୟରତ ମେଡ଼ିକାଲ କର୍ମଚାରୀ ଙ୍କ ଭୁଲ ଇଂଜେକସନ ଲଗାଇବା ଯୋଗୁଁ ୬ ଜଣ ରୋଗୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମ ର ଜଣେ ଚିକତ୍ସାଧିନ ରୋଗୀ ଫୁଲମତି ମାଝୀ (୫୦) ଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଏହି ଅବହେଳା ଘଟଣା ମେଡ଼ିକାଲ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ମହିଳା ଙ୍କ ମୃତ୍ୟୁ ପରେ ମଧ୍ୟ  ମୃତକ ପରିଜନ ଙ୍କ ଅଭିଯୋଗରେ ପରେ ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କ୍ଷତିପୂରଣ ପୀଡିତ ପରିବାର ଜୁ ମିଳିନଥିବା ବେଳେ ଏନେଇ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ମଙ୍ଗଳବାର ବିଜେଡି ପୂର୍ବତନ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମେତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସହ ଏକ ପ୍ରତିନିଧି ଦଳ ସୁପାଡ଼ ଗ୍ରାମ ରେ ପହଞ୍ଚି ମୃତ ମହିଳା ଙ୍କ ପୁଅ ଡମ୍ବରୁଧର ମାଝୀ ଓ ରତ୍ନା ମାଝୀ ଙ୍କୁ  ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।ଏହି ଘଟଣା ରେ ବର୍ତ୍ତମାନ ର ରାଜ୍ୟ ସରକାର କାହିଁକି ପୀଡିତ ପରିବାର ପ୍ରତି କୌଣସି ଅନୁକମ୍ପା ରାଶି ପ୍ରଦାନ ପାଇଁ ହସ୍ତକ୍ଷେପ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବିଜେଡି ର ପ୍ରତିନିଧି ଦଳ ରେ ପୂର୍ବତନ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ପଞ୍ଚକ ପୋଢ଼, ରାଜେନ୍ଦ୍ର ନାଏକ,ରବି ନାରାୟଣ ଦାସ,ପଙ୍କଜ ମୁଖ ଚୌଧୁରୀ ସମେତ ସୁପାଡ଼ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।
Leave A Reply

Your email address will not be published.